ଧାନ ରୋଇଲେ ଜିଲାପାଳ

ଛତ୍ରପୁର,୩୦ା୭(ଡି.ଏନ.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପୂର୍ବାହ୍ନରେ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଅଧିନ ଭରସା ଗଁାରେ ଥିବା ଜମିରେ ଧାନ ଗଛ ରୋଇଛନ୍ତି। ବେଗୁନିଆପଡା ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ସାରି ଫେରିବା ବେଳେ ଅପରାହ୍ନରେ ଭରସା ଗାଁ ନିକଟ ଜମିରେ କେତେକ ମହିଳା ଓ ପୁରୁଷ ଧାନ ରୋଉଥିବା ଜିଲାପାଳ ଦେଖିଥିଲେ। ଏହାପରେ ସେ ମଧ୍ୟ ଜମିକୁ ଯାଇ ବର୍ଷାରେ ଧାନ ଗଛ ରୋଇଥିଲେ। ଏହାପରେ ସେଠାରେ ଉପସ୍ଥିତ ମହିଳା ଚାଷୀମାନଙ୍କ ସହ ଖରିଫ୍‌ ଫସଲ ଋଣ ଓ ଫସଲ ବୀମା ସମ୍ପର୍କରେ ଆଲୋଚନା କରିଥିଲେ। ତେବେ କୃଷି ଋଣ ଓ ବୀମା ସମ୍ପର୍କରେ ଜାଣିନଥିବା କେତେକ ମହିଳା ଚାଷୀମାନେ କହିଥିଲେ। ଏନେଇ ସଚେତନ କରିବାକୁ ସେଠାରେ ଉପସ୍ଥିତ କୃଷି ଉପନିର୍ଦ୍ଦେଶକ ଓ ବ୍ଲକ କୃଷି ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ରେ ୫୦ ହେକ୍ଟର ଜମିରେ ଧାଡି ରୁଆ ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୮ ହେକ୍ଟର ଜମିରେ ଧାଡି ରୁଆ ସରିଥିବା ସୂଚନା ଦିଆଯାଇଥିଲା। ଚାଷୀମାନଙ୍କୁ ମାଗଣାରେ ଧନିଚା ବିହନ ଯୋଗାଇଦିଆଯାଇଥିବା କୁହାଯାଇଥିଲା।

Share