ଧାମନଗର ବ୍ଲକରେ ହେଲା ସାନିଟାଇଜ

ଧାମନଗର,୧୪ା୪(ଡି.ଏନ.ଏ.)-ଧାମନଗର ବ୍ଲକରେ ପ୍ରମୁଖ ବଜାର ଗୁଡିକୁ ଧାମନଗର ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି। ଧାମନଗର ବ୍ଲକ, ଧାମନଗର ବଜାର, ଦୋବଲ, ଧୂଷୁରୀ, ଅସୁରାଳୀ ସମେତ ମଙ୍ଗଳବାର ସହିଦ ନଗର ବଜାରକୁ ସାଇନିଟାଇଜ କରାଯାଇଛି। ସମସ୍ତ ବଜାରରେ ଦୋକାନ ସମେତ ରାସ୍ତା ଉପରେ ବ୍ଲିଚିଂ ପାଣି ସିଞ୍ଚନ କରାଯାଇଛି। ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଡିଓ ଦୁର୍ଗା ଚରଣ ମୁର୍ମୁ, ମାଜିଷ୍ଟ୍ରେଟ ଭାବେ ଧାମନଗର ଆଡିସନାଲ ତହସିଲଦାର ଲଗନ ଜିତ ବେହେରା ଏବଂ ଅଭିଲିପ୍ସା ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିବାବେଳେ ପଞ୍ଚାୟତ ସରପଞ୍ଚମାନେ ସହଯୋଗ କରିଥିଲେ। ମଙ୍ଗଳବାର ଧୂଷୁରୀ ଥାନା ତରଫରୁ ଲକଡାଉନକୁ କଡ଼ାକଡ଼ି କରାଯାଇଛି। ମାଜିଷ୍ଟ୍ରେଟ ଲଗନଜିତ ବେହେରାଙ୍କ ଉପସ୍ଥିତିରେ ଧୁଷୁରୀ ଥାନା ଆଇଆଇସି ପ୍ରଫୁଲ୍ଲ କୁମାର ସିଂ, ଏସଆଇ ମହାପ୍ରସାଦ କର, ଏଏସଆଇ ଧ୍ରୂତରାଷ୍ଟ୍ର ମଲ୍ଲିକ ପ୍ରମୁଖ ଧୂଷୁରୀ ବଜାର ଏବଂ ଅସୁରାଳୀ ବଜାରରେ ବାଇକ ଧରି ବୁଲୁଥିବା ଯୁବକମାନଙ୍କୁ କାବୁ କରି ବାଇକ ଜବତ କରୁଛନ୍ତି । ପୂର୍ବାହ୍ନ ସୁଦ୍ଧା ୨୦ ବାଇକ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।