ଧାମରା ବନ୍ଦରରେ ଅଘଟଣ: ସର୍ଟଶର୍କିଟରେ ୩ ଆହତ

ଚାନ୍ଦବାଲି,୧୨ା୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ବନ୍ଦର(ଆଦାନୀ)ରେ ଶନିବାର ସକାଳେ ଅଘଟଣ ଘଟିଛି। ବିଦ୍ୟୁତ୍‌ ସର୍ଟଶର୍କିଟ ଯୋଗୁଁ କମ୍ପାନୀରେ କାମ କରୁଥିବା ୩ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରାଜାରାମ(୨୮), ଜୟୀରାମ(୩୦) ଓ ବୁଲବୁଲ୍‌ (୨୫)। ସମସ୍ତ ଶ୍ରମିକଙ୍କ ଘର ବିହାର ରାଜ୍ୟରେ ବୋଲି ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି। କାର୍ଯ୍ୟସ୍ଥଳରେ ଆବଶ୍ୟକୀୟ ବିଦ୍ୟୁତ୍‌ ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ବନ୍ଦର ପରିସରରେ ଥିବା ଏକ ସାର ଗୋଦାମରେ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ବନ୍ଦର ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି।