ଧାମରା ମୁହାଣରେ ବୋଟ୍‌ ଓଲଟି ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍‌

ଚାନ୍ଦବାଲି,୯।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ମୁହାଣରେ ଶୁକ୍ରବାର ରାତିରେ ବୋଟ୍‌ ବୁଡ଼ିଯିବା ଯୋଗୁ ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କରାଯାଇଛି। ଓଡ୍ରାଫ୍‌ ଟିମ୍‌ କାଳିଭଞ୍ଜ ଡିଆଁ ଜଙ୍ଗଲରୁ ସେମାନଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ଲାଗି ଧାମରା ପଠାଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ବର୍ଷା ସହ ପବନ ବୋହୁଥିବାରୁ ଧାମରା ମୁହାଣରେ ଥିବା ଏକ ଡଙ୍ଗା ଓଲଟି ପଡ଼ିଥିବା ସୂଚନା ମିଳିଛି। ତେବେ ଏଥିରେ ଥିବା ମତ୍ସ୍ୟଜୀବୀ ଓ କର୍ମଚାରୀ ପହଁରି ପହଁରି ଧାମରା ମୁହାଣରେ ଥିବା କାଳିଭଞ୍ଜ ଡିଆଁ ଜଙ୍ଗଲରେ ଅଟକି ରହିଥିଲେ। ପବନ ଯୋଗୁ ବୋଟ୍‌ ସହାୟତାରେ ସେଠାରେ ପହଞ୍ଚିବା ସମ୍ଭବ ହୋଇପାରି ନ ଥିଲା। ତହସିଲଦାର, ଧାମରା ଥାନା ଓ ମେରାଇନ୍‌ ଥାନା ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା।

Share