ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ କୋର୍ଟଚାଲାଣ

ଭୁବନେଶ୍ୱର, ୭।୧୦(ବ୍ୟୁରୋ): ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଅନ୍ୟ କୌଣସି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱେରର ଲୋୟର ପିଏମ୍‌ଜିରେ ଘଟିଛି ଏହି ଘଟଣା।
କୋରାପୁଟ ଜିଲା ଲମତା ଫୁଟର ଦୁଇ ଭଉଣୀ ବିଭିନ୍ନ ଦାବିନେଇ ରବିବାର ରାତିରେ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ଏହି ସମୟରେ କାଳୁ ନାୟକ ନାମକ ଜନୈକ ଯୁବକ ତାଙ୍କ ନିକଟକୁ ଯାଇ ଅଶ୍ଳୀଳ ଇଙ୍ଗିତ କରିବା ସହ ବଳାତ୍କାର ଉଦ୍ୟମ କରିଥିଲେ। ଜଣେ ଭଉଣୀ କୌଶଳ କ୍ରମେ ସେଠାରୁ ଖସିଯାଇ ନିକଟସ୍ଥ ପୋଲିସ କ୍ୟାମ୍ପରେ ଜଣାଇଥିଲେ। ଏହାପରେ ପୋଲିସ ଅଭିଯୁକ୍ତ କାଳୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Share