Categories: ଜାତୀୟ

ଧାରଣାସ୍ଥଳରେ କର୍ମଚାରୀଙ୍କର ହେଲା ବିବାହ କର୍ମ

ଠାଣେ,୧୮।୭: ଅମରାବତି ଜିଲାରେ ନିଖିଲ ତେଖି ନାମକ ଜଣେ ବ୍ୟକ୍ତି ନିଜ ବଦଳିକୁ ନେଇ ଧାରଣାରେ ବସିଥିଲେ। ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡରେଶନର କେତେଜଣ କର୍ମଚାରୀ ତାଙ୍କ ବଦଳିକୁ ଅବୈଧ ଦର୍ଶାଇ ଧାରଣାରେ ବସିଛନ୍ତି। ସେଥିମଧ୍ୟରୁ ନିଖିଲଙ୍କର ବିବାହ ଆସନ୍ତା ଶୁକ୍ରବାର ହେବାକୁ ଥିବା ବେଳେ ସେ ତାଙ୍କ ଜିଦ୍‌ରେ ଅଡି ବସିଛନ୍ତି। ତେଣୁ ଏପରିସ୍ଥଳେ ପରିବାର ଲୋକେ ଧାରଣା ସ୍ଥଳରେ ନିଖିଲଙ୍କ ମେହେନ୍ଦି ସେରିମନି ଆୟୋଜନ କରିଥିବା ବେଳେ ଗୁରୁବାର ହଳଦି ସେରିମନି ମଧ୍ୟ ଆୟୋଜନ ହୋଇଛି। ଯଦି କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ନ୍ୟାୟ ନ ମିଳେ ସେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି। ଏପଟେ ଧାରଣାରୁ ନ ଉଠିଲେ ସେହିଠାରେ ହିଁ ଶୁକ୍ରବାର ତାଙ୍କର ବିବାହ କରାଯିବ ବୋଲି ପରିବାର ଲୋକେ କହିଛନ୍ତି।

Share