Categories: ଜାତୀୟ

ଧାରା ୩୭୦: ପୂରଣ ହେଲା ବାଲା ସାହେବ, ବାଜପେୟୀଙ୍କ ସ୍ବପ୍ନ

ନୂଆଦିଲ୍ଲୀ,୫।୮: ରାଜ୍ୟ ସଭାରେ ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଧାରା ୩୭୦କୁ ହଟାଇବାକୁ ପ୍ରସ୍ତାବ ଦେଇଥିଲେ। ଏହାସହ ରାଜ୍ୟ ପୁନର୍ଗଠନ ପାଇଁ ମଧ୍ୟ ଶାହ ପ୍ରସ୍ତାବ ଦେଇଥିଲେ। ଏହାକୁ ଦେଖି ଭାଜପାର ସହୟୋଗୀ ଦଳ ଶିବସେନା ମୁଖ୍ୟ ଉଦ୍ଦବ ଠାକରେ ପ୍ରତିକ୍ରିୟା ଦେଇ କହିଛନ୍ତି ଏବେ ଆମ ଦେଶ ସମ୍ପୂର୍ଣ୍ଣ ରୂପେ ସ୍ବତନ୍ତ୍ର ହେଲା। ଏହାସହ ବାଲ ଠାକରେ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବପ୍ନ ସାକାର ହେଲା ବୋଲି ଉଦ୍ଧବ ଟୁଇଟ୍‌ କରି ନିଜର ମତ ରଖିଛନ୍ତି। ହେଲେ ଏହାକୁ ବିରୋଧୀ ଖୁବ୍‌ ବିରୋଧ କରିବା ସହ ଭାଜପା ସମ୍ବିଧାନକୁ ହତ୍ୟା କରିଥିବା କହିଲେ କଂଗ୍ରେସ ନେତା ଗୁଲାମ ନବି ଆଜାଦ। ଏହାପରେ ଉଦ୍ଧବ ଓ ତାଙ୍କ କର୍ମୀମାନେ ମିଠା ବାଣ୍ଟିବା ଆରମ୍ଭ କରିଦେଇଥିଲେ।

Share