Categories: ଜାତୀୟ

ଧାରା ୩୭୦: ଯେ କୌଣସି ଭାରତୀୟ କଶ୍ମୀରରେ କିଣି ପାରିବେ ଜମି

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରେ ଏବେ ଧାରା ୩୭୦ ଓ ୩୫ଏ ହଟାଯିବାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି। ଏହି ଧାରା ସମାପ୍ତ ହେବା ପରେ ଯେକୌଣସି ଭାରତୀୟ ଜମ୍ମୁ-କଶ୍ମୀର ଓ ଲଦାଖରେ ଜମି କିଣିପାରିବେ ବୋଲି କୁହାଯାଉଛି। ଏହାସହ ଯେ କୌଣସି ଭାରତୀୟ ରାଜ୍ୟ ସରକାରଙ୍କର ବିଭିନ୍ନ ପଦବୀରେ ରହିପାରିବେ। ଏବେ ଯେ କୌଣସି ଭାରତୀୟ ସେଠାରେ ଘର, ଫ୍ଲାଟ୍‌, ଜମି, ଦୋକାନ କ୍ରୟ କରିବାରେ କୌଣସି ଅସୁବିଧା ନାହିଁ। ସୂଚନାଯୋଗ୍ୟ, ପୂର୍ବରୁ ଏଠାରେ ଏସବୁ ସମ୍ପତ୍ତି କିଣିବାରେ ଅନୁମତି ନ ଥିଲା।

Share