ଧାର ଟଙ୍କାକୁ କେନ୍ଦ୍ରକରି ମହିଳାଙ୍କୁ ମାଡ, ଅଭିଯୁକ୍ତ ଗିରଫ

ଆସିକା,୧୭ା୭(ଡି.ଏନ୍‌.ଏ.)- ଆସିକାଥାନାର କୋଟିନଡା ଫାଣ୍ଡି ଅନ୍ତର୍ଗତ ତରାସିଙ୍ଗ ଗ୍ରାମରେ ଗତ ରବିବାର ବାକିଆ ଟଙ୍କାକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ଗଁା ଦାଣ୍ଡରେ ଟଣାଓଟରା କରିବା ସହ ମାଡ ମାରିବା ଅଭିଯୋଗରେ ପୋଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସେହି ଗ୍ରାମର କଂଗ୍ରେସ ନାୟକ। ବୁଧବାର ଅପରାହ୍ନରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ହୋଇଥିବା ଅଭିଯୋଗରୁ ପ୍ରକାଶ ଯେ, ଅଭିଯୁକ୍ତ କଂଗ୍ରେସ ଓ ସେହି ଗ୍ରାମର ପ୍ରଫୁଲ୍ଲ ବେହେରା ମିଳିତ ଭାବେ ଗ୍ରାମର ଜଣେ ମହିଳାଙ୍କଠାରୁ ଟଙ୍କା ଧାର ଆଣିଥିଲେ। ଧାର ଟଙ୍କା ପରିଶୋଧ ନ କରି ପ୍ରପୁଲ୍ଲ ସୁରାଟ ଚାଲି ଯାଇଥିଲେ। ରବିବାର ସକାଳେ କଂଗ୍ରେସ ପ୍ରଫୁଲ୍ଲଙ୍କ ଘର ପାଖକୁ ଯାଇ ଧାରଟଙ୍କାକୁ ନେଇ ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କୁ ଟଣାଓଟରା କରିବା ସହ ମାଡ ମାରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିବା ଫାଣ୍ଡି ଅଧିକାରୀ ଯୁଧିଷ୍ଠିର ମାଝି ସୂଚନା ଦେଇଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ଆସିକା ଥାନାରେ ନଂ.୨୨୭/୧୯ରେ ଏକ ମାମଲାରୁଜୁ କରିଥିଲା।

Share