ଧାର ଟଙ୍କା ମାଗିବାକୁ ଯାଇ ବଳାତ୍କାରର ଶିକାର ହେଲେ ମହିଳା: ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୧୨।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ପଡ଼ିଶା ଘରକୁ ଧାର ଦେଇଥିବା ଟଙ୍କା ମାଗିବାକୁ ଯାଇ ବଳାତ୍କାରର ଶିକାର ହୋଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ଶରତ ପ୍ରଧାନ।
ପ୍ରକାଶ ଯେ, ପୀଡ଼ିତା ପଡ଼ିଶା ଘରର ଜଣେ ମହିଳାଙ୍କୁ ଶହେ ଟଙ୍କା ଧାର ଦେଇଥିଲେ। ଧାର ଟଙ୍କା ମାଗିବାକୁ ସେ ତାଙ୍କ ଘରକୁ ଯାଇଥିଲେ। ତେବେ ସମ୍ପୃକ୍ତା ମହିଳା ଘରେ ଅନୁପସ୍ଥିତ ଥିଲେ। ଏହାର ସୁଯୋଗ ନେଇ ତାଙ୍କ ସ୍ବାମୀ ଶରତ ଘର ଭିତରକୁ ଡାକି ତାଙ୍କୁ ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି। ପୀଡିତା ତାଙ୍କ ସ୍ବାମୀଙ୍କୁ ଘଟଣା ସମ୍ପର୍କରେ କହି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା(ନଂ. ୩୭/୨୦) ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।

Share