ଧାାନ କିଣାରେ ଅନିୟମିତତା ନେଇ ସମିତି ସିଲ୍‌

ସୋର,୨୩।୨(ଡି.ଏନ.ଏ.): ସୋର ଉତ୍ତରେଶ୍ୱର ସେବା ସମିତିକୁ ରବିବାର ମଧ୍ୟାହ୍ନରେ ସିଲ୍‌ କରାଯାଇଛି। ଧାନକିଣାରେ ଅନିୟମିତତା ନେଇ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଠାରେ ଅଭିଯୋଗ ହୋଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାକେଶ ପଣ୍ଡା, ମ୍ୟୁନିସିପାଲିଟିର ବରିଷ୍ଠ କିରାଣୀ ବଂଶୀଧର ବାରିକ ଓ ସୋର ପୋଲିସ ଉପସ୍ଥିତିରେ ସେବା ସମବାୟ ସମିତି କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଛି। ସୋସାଇଟି ସେକ୍ରେଟାରି ମହେଶ୍ୱର ଭୋଇଙ୍କୁ ଟେଲିଫୋନ୍‌ ଯୋଗେ ଡକାଯାଇଥିଲେ ମଧ୍ୟ ସେ ନ ପହଞ୍ଚିବାରୁ କାର୍ଯ୍ୟାଳୟ କବାଟ ଚାବିକୁ ସିଲ୍‌ କରାଯାଇଥିଲା। ଜିଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପଯର୍‌ୟନ୍ତ ଏହା ସିଲ୍‌ ରହିବ ବୋଲି ଜଣାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଚାଷୀମାନେ ଉକ୍ତ ସୋସାଇଟିରେ ଧାନ ବିକ୍ରୟ ପାଇଁ ଟୋକନ୍‌ ନେଇଥିବାବେଳେ ଧାନ ବିକ୍ରୟ ପାଇଁ ମିଲ୍‌କୁ ଯାଉଥିଲେ। ମିଲରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବା ସହିତ କୁଇଣ୍ଟାଲ ପିଛା ମନଇଚ୍ଛା ଧାନ କାଟି ନେଉଥିବା ନେଇ ଅଭିଯୋଗ ହୋଇଥିଲା।

Share