Categories: ବାଣିଜ୍ୟ

ଧୀରେ ଧୀରେ ଫେରିବ ଅଭିବୃଦ୍ଧି:ୟୁବିଏସ୍‌

ନୂଆଦିଲ୍ଲୀ, ୩-୯: ଦେଶର ଜିଡିପି ଅଭିବୃଦ୍ଧି ଧାରାରେ ହ୍ରାସ ଜାରି ରହିଥିବା ବେଳେ ଏହା ଆଗାମୀ ଦିନରେ ଆଉ ଦେଖାଯିବ ନାହିଁ ବୋଲି ଆର୍ଥତ୍କ ସଂସ୍ଥା ୟୁବିଏସ୍‌ କହିଛି। ଭାରତ ଏହାର ନିମ୍ନତମ ଅଭିବୃଦ୍ଧିକୁ ଜୁନ ତ୍ରୈମାସରେ ଦେଖି ସାରିଛି। ଏବେଠାରୁ ବଜାରରେ ସୁଧାର ଧାରା ଫେରିବାର ସମ୍ଭାବନା ରହିଛି। ମାତ୍ର ଅଭିବୃଦ୍ଧି ତ୍ୱରିତ ନ ହୋଇ ଧୀରେ ଧୀରେ ଫେରିବ ବୋଲି ଏହା ସ୍ପଷ୍ଟ କରିଛି। ବଜାରର ଆର୍ଥତ୍କ ଅଭିବୃଦ୍ଧି କମିବା ଯୋଗୁ ଦେଶରେ ଚାହିଦା ଏବଂ ପୁଞ୍ଜି ନିବେଶ କମିଛି। କମ୍ପାନୀଗୁଡିକର ଉତ୍ପାଦନ ମଧ୍ୟ କମିଛି। କମ୍ପାନୀ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ଅଭିବୃଦ୍ଧି ଗୋଟିଏ ବର୍ଷ ମଧ୍ୟରେ ଫେରିବ ବୋଲି ୫୦% କମ୍ପାନୀ ମତ ରଖିଛନ୍ତି।

Share