Categories: ଗଞ୍ଜାମ

ଧୁମ୍‌ଧାମ୍‌ରେ ୭୩ତମ ସ୍ବାଧୀନତା ଦିବସ ପାଳିତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ଧୁମ୍‌ଧାମ୍‌ରେ ପାଳନ କରାଯାଇଛିା ବ୍ଳକର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ସକାଳୁ ଛାତ୍ରୀଛାତ୍ରମାନେ ପହଞ୍ଚିଥିଲେ। ସକାଳ ୭ଟା ୧୫ରୁ ୮ଟା ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ପତାକା ଉତ୍ତୋଳନ କରାଯାଇଥିଲାା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶିବ ସେଠୀ ମୁଖ୍ୟ ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାମୂହିକ ପ୍ୟାରେଡକୁ ବିଧାୟକ ପ୍ରଧାନ ଅଭିବାଦନ ଜଣାଇଥିଲୋ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ପରେ ବିଧାୟକ ବ୍ଳକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ନିଜ ବକ୍ତବ୍ୟରେ ଦାରିଙ୍ଗବାଡ଼ି ସମେତ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ସେହିପରି ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ରଖିଥିଲୋ ବ୍ଳକସ୍ତରୀୟ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସୁବେର୍ତ୍ତୀ ପ୍ରଧାନ, ବିଡିଓ ତ୍ରୀଲୋଚନ ପାତ୍ର, ତହସିଲଦାର ନିତିଶ ତ୍ରୀପାଠି, ବିଇଓ ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଯୋଗଦେଇଥିଲେ ା ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଶିକ୍ଷକ ବିଦେଶୀ ନାୟକ ସଂଯୋଜନା କରିଥିବା ବେଳେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ପତିତପାବନ ରାଉତ, ଶ୍ୟାମସୁନ୍ଦର ଦିଗାଳ, ପ୍ରମୁଖ ପରିଚାଳନା କରିଥିଲୋ ଆଇଆଇସି ଅଲେଖ ଗରଡ଼ିଆଙ୍କ ତତ୍ତ୍ୱାଧାନରେ ସବଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ସୌମ୍ୟରଞ୍ଜନ ଜେନା, ଅନିଲ କୁମାର ଦେବତ୍ତା, ଆର.ଭିମୋରାଓ ରେଡ୍ଡି ପ୍ରମୁଖ ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରିଥିଲେ ା