ଧୁଷୂରୀ ଏରିଆ ହସ୍ପିଟାଲରେ ତାଲା ପକାଇଲେ ଲୋକେ: ରୋଗୀ ହନ୍ତସନ୍ତ

ଧାମନଗର,୨୩।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ଏରିଆ ହସ୍ପିଟାଲରେ ଶନିବାର ସ୍ଥାନୀୟ ଲୋକେ ତାଲା ପକାଇଛନ୍ତି। ତେବେ ଡାକ୍ତର ସମସ୍ୟା ନେଇ ସେମାନେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହାର ସ୍ଥାୟୀ ସମାଧାନ ପାଇଁ ସେମାନେ ଦାବି କରିଛନ୍ତି। ଏ ନେଇ ରୋଗୀ ହନ୍ତସନ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।

Share