ଧୂମପାନକାରୀଙ୍କ ପ୍ରତି କରୋନା ବିପଦ ଅଧିକ

ଲଣ୍ଡନ,୩।୭:ଧୂମପାନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ପ୍ରାଣଘାତୀ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ତେବେ ଏହି ବିପଦ ପ୍ରକୃତରେ କେତେ ଅଧିକ ତାହା କୁହାଯାଇନାହିଁ। ଧୂମପାନ ଓ କୋଭିଡ୍‌-୧୯ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପ୍ରକାଶିତ ୩୪ଟି ଅଧ୍ୟୟନ ଉପରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସମୀକ୍ଷା କରାଯାଇଥିଲା। ବିଶେଷ କରି ସଂକ୍ରମଣ, ରୋଗୀ ଗୁରୁତର ହେବା ଓ ମୃତ୍ୟୁ ଆଦି ଉପରେ ସମୀକ୍ଷା କରିବା ପରେ ଜଣାପଡିଥିଲା ଯେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୧୮ ପ୍ରତିଶତ ଧୂମପାନକାରୀ। ଗତ ଏପ୍ରିଲରେ ଫ୍ରାନ୍ସର ଗବେଷକ କହିଥିଲେ, ଧୂମପାନକାରୀଙ୍କ ପ୍ରତି କରୋନା ସଂକ୍ରମଣ ଆଶଙ୍କା କମ୍‌। କିନ୍ତୁ ଅଧିକାଂଶ ବୈଜ୍ଞାନିକ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ତେବେ ଅଧିକ ତଥ୍ୟ ଅଧ୍ୟୟନରୁ ଜଣାପଡିଛି ଧୂମପାନ କରୁଥିବା କରୋନା ରୋଗୀ ଗୁରୁତର ହେବା ଆଶଙ୍କା ଅଧିକ। ସେଥିପାଇଁ ଧୂମପାନ ଛାଡ଼ିବାକୁ ଡବ୍ଲ୍ୟୁଏଚ୍‌ଓ ସୁପାରିସ୍‌ କରିଛି।

Share