ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପୋଷାକ ବି ସ୍ବାସ୍ଥ୍ୟପାଇଁ କ୍ଷତିକାରକ

ଓ୍ବାଶିଂଟନ,୧୧।୩: ଧୂମ୍ରପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ହେଲେ ଯେଉଁମାନେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ନିକଟରେ ଥାଆନ୍ତି ସେମାନଙ୍କ ପାଇଁ ବି ଏହା କ୍ଷତିକାରକ ହୋଇଥାଏ ବୋଲି କୁହାଯାଏ। ଏବେ ଆମେରିକାର ୟେଲେ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପୋଷାକ ମଧ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ବିଶେଷଜ୍ଞ ପ୍ରଫେସର ଡ୍ରିୟୁ ଗ୍ରେଟର କହିଛନ୍ତି, ଜଣେ ବ୍ୟକ୍ତି ଧୂମ୍ରପାନ କରିବା ପରେ ତାଙ୍କ ପୋଷାକରୁ ହାନିକାରକ କେମିକାଲ୍ସ ନିର୍ଗତ ହୋଇଥାଏ। ଯାହା ଉଭୟ ଧୂମ୍ରପାନ କରୁଥିବା ବ୍ୟକ୍ତି ଓ ତାଙ୍କ ନିକଟରେ ଥିବା ଲୋକଙ୍କ ପାଇଁ କ୍ଷତିକାରକ। ଜଣେ ବ୍ୟକ୍ତି ଯଦି ଧୂମ୍ରପାନ କରି କୌଣସି ସିନେମା ହଲ୍‌କୁ ପ୍ରବେଶ କରିଛନ୍ତି ତେବେ ତାଙ୍କ ପୋଷାକରୁ ନିର୍ଗତ କେମିକାଲ୍ସ ଏକାଥରେ ୧୦ଟି ସିଗାରେଟରୁ ବାହାରୁଥିବା ଧୂଆଁ ସହ ସମାନ। ଏମାନଙ୍କ କପଡାରୁ ବାହାରୁଥିବା କେମିକାଲ୍‌ସର ପ୍ରଭାବ ଡିଏନ୍‌ଏ ଉପରେ ପଡିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାସହ କ୍ୟାନସର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ଅନ୍ୟପଟେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ନିକଟରେ ପ୍ରାୟ ୫୦ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Share