Posted inଫୁରସତ

ଧୈର୍ଯ୍ୟ ହିଁ ସଫଳତା : ଗଣିତଜ୍ଞ ଆନନ୍ଦ କୁମାର

ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଆପଣଙ୍କୁ ଚାକିରି ମିଳିଥିଲା। ଗରିବ ପିଲାଙ୍କ ପାଇଁ କାହିଁକି ସରକାରୀ ଚାକିରି ତ୍ୟାଗ କଲେ?
କେବେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ପୋଷ୍ଟ ଅଫିସ୍‌ ଯାଉ। ତାଙ୍କ ଦେହାନ୍ତ ପରେ ମୋତେ ଯେତେବେଳେ ନିଯୁକ୍ତି ମିଳିଥିଲା ସେତେବେଳେ ବାପାଙ୍କ କଥା ମନେ ପଡିଥିଲା। ମୋର ବି ଆଉ ଇଚ୍ଛା ନ ଥିଲା ଯେ, ଡାକଘରେ କାମ କରିବି।
ଉଚ୍ଚଶିକ୍ଷା ପାଇଁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଇ ନ ପାରିବା ଘଟଣାକୁ ନେଇ କେବେ ମନରେ ଦୁଃଖ ଆସିିନି ?
ପ୍ରଥମେ ବହୁତ ଦୁଃଖ ଲାଗୁଥିଲା। ହେଲେ ମୋର ସ୍ବପ୍ନକୁ ନେଇ ଧୀରେ ଧୀରେ କାର୍ଯ୍ୟକ୍ରମ ଆଗକୁ ବଢ଼ୁଥିଲା। ଯେତେବେଳେ ସେହି ଆର୍ଥତ୍କ ଅନଗ୍ରସର ପିଲାମାନେ ବହୁତ ଉପରକୁ ଗଲେ ତାହା ମୋତେ ସବୁ ଦୁଃଖ ଭୁଲାଇଦେଲା। କେମ୍ବ୍ରିଜ ନ ଯିବା ଠିକ୍‌ ଥିଲା ମୁଁ ଭାବେ। ହେଲେ କିଛିଦିନ ତଳେ ଆମେ ଦୁଇଭାଇ କେମ୍ବ୍ରିଜକୁ ବକ୍ତୃତା ଦେବା ପାଇଁ ଯାଇଥିଲୁ। ବହୁତ ଖୁସି ଲାଗିଲା ଯେ, ଯେଉଁଠି ମୁଁ ପଢ଼ି ପାରି ନ ଥିଲି ସେଠି ଦୁଇ ଭାଇଙ୍କୁ ସମ୍ମାନ ମିଳିଲା।
ଆପଣଙ୍କ ଭାଇ ଓ ବନ୍ଧୁ ଉପରେ ବାରମ୍ବାର ଆକ୍ରମଣ ହୋଇଛି। ସେ ସମ୍ପର୍କରେ କ’ଣ କହିବେ?
ବର୍ଷ ହେବ ମୋ ଉପରେ ଆକ୍ରମଣ ହେଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମୋ ଭାଇ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଯଦି ସମାଜରେ କିଛି ପରିବର୍ତ୍ତନ କରିବାକୁ ଚାହିଁବ ଓ କିଛି ଭଲ କାମ କରିବାକୁ ଚାହିଁବ, ତେବେ ଶତ୍ରୁ ନିଶ୍ଚିତ ଘେରିବେ। ଆପଣଙ୍କୁ ବଦନାମ ମଧ୍ୟ କରିବେ। କିନ୍ତୁ ଏହି ସମୟରେ କାମ କରିବାର ଜିଦ୍‌ ରହିଲେ ନିଶ୍ଚୟ ଆଗେଇପାରିବ। ବିହାର ସରକାରଙ୍କୁ ଧନ୍ୟବାଦ ଦେବି ଯେ, ଯେବେଠାରୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ହୋଇଛି, ସେବେଠାରୁ ଆମ ସୁରକ୍ଷା ପାଇଁ ୪ଜଣ କମାଣ୍ଡୋ ଯୋଗାଇ ଦେଇଛନ୍ତି।
‘ସୁପର-୩୦’ କାର୍ଯ୍ୟକ୍ରମରୁ ‘ସୁପର-୩୦’ ଫିଲ୍ମ ଯାତ୍ରା କିପରି ଥିଲା ?
ବହୁତ ସଂଘର୍ଷମୟ ଥିଲା। କିନ୍ତୁ କେବେ ହାର ମାନି ନ ଥିଲି। ଯେତେବେଳେ ‘ସୁପର-୩୦’ର ପିଲାମାନେ ବହୁତ ଉପରକୁ ଗଲେ, ବଡ଼ ବଡ଼ ଦେଶରେ ଭଲ ଭଲ ପଦବୀରେ ଅବସ୍ଥାପିତ ହେଲେ, ବହୁତ ଚର୍ଚ୍ଚା ହେଲା। ଏସବୁ ଦେଖି ଲୋକଙ୍କର ଚିନ୍ତାଧାରା ବଦଳିଥିଲା। ମୋ ଶିକ୍ଷାନୁଷ୍ଠାନ ‘ସୁପର-୩୦’ ଉପରେ ଫିଲ୍ମ ହେବା ଜରୁରୀ ବୋଲି କହିଲେ। ୨୦୧୪ରୁ ଏହି ଫିଲ୍ମ ଉପରେ କାମ ଆରମ୍ଭ ହୋଇଥିଲା।
‘ସୁପର-୩୦’ ଫିଲ୍ମ ରିଲିଜ୍‌ ପୂର୍ବରୁ ବହୁ ବିବାଦ ଦେଖାଦେଇଥିଲା?
ଫିଲ୍ମ ରିଲିଜ ହେଲେ ଭଲ ଚାଲିବନି କୁହାଯାଉଥିଲା। ରିଲିଜ ପରେ ବର୍ତ୍ତମାନ ସବୁଠି ଏହି ଫିଲ୍ମ ଭଲ ଭାବେ ଚାଲିଛି। କଷ୍ଟ କଲେ ସଫଳତା ମିଳିବ ବୋଲି ପିଲାମାନେ ଏହି ଫିଲ୍ମ ଦେଖି ଚିନ୍ତା କରିପାରୁଛନ୍ତି। ତେଣୁ ମୋ ମତରେ ଫିଲ୍ମଟି ବାର୍ତ୍ତା ଦେବାରେ ସଫଳ ହୋଇଛି।
ଗୋଟେ ଛୋଟ ପରିବାରରୁ ଆସିଥିବା ଆନନ୍ଦ କୁମାର ଏବେ ସାରା ବିଶ୍ୱରେ ଲୋକପ୍ରିୟ ଗଣିତଜ୍ଞ। ଏହା ଏବେ ଆନନ୍ଦ କୁମାରଙ୍କ ଭିତରେ ଅହଂଭାବ ସୃଷ୍ଟି କରିଛି କି?
ସେଇଟା କହିବା କଷ୍ଟକର ହେବ। ଆଗରୁ କେମିତି ଥିଲି ଓ ଏବେ ମୋ ଭିତରରେ ପରିବର୍ତ୍ତନ ଆସିଛି କି ନାହିଁ, ତାହା ଅନ୍ୟମାନେ କହିବେ। ସମୟ ମଧ୍ୟ କହିବ ମୁଁ ବଦଳିଛି କି ନାହିଁ।
ଆଇଆଇଟି, ଜେଇଇ ପାଇଁ କୋଚିଂ ନେବା ଜରୁରୀ ବୋଲି ଭାବୁଛନ୍ତି କି ?
ଆଦୌ ନୁହେଁ। ଯଦି ପରିଶ୍ରମ କରିପାରୁଛ ଏବଂ ଯେକୌଣସି ଶିକ୍ଷାର ଗଭୀରତାକୁ ବୁଝିପାରୁଛ ତେବେ କୋଚିଂର ଆବଶ୍ୟକତା ନାହିଁ।
‘ସୁପର-୩୦’ କାର୍ଯ୍ୟକ୍ରମରେ ୩୦ ପିଲା ରହିବେ ନା ଆଗକୁ ଆଉ ବଢ଼ାଇବା ପାଇଁ ଯୋଜନା କରିଛନ୍ତି ?
ଆଗକୁ ଗୋଟେ ବଡ଼ ପ୍ରୋଜେକ୍ଟ କରିବାର ଯୋଜନା ଅଛି। କେବଳ ପାଟନାରେ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ କରିବା ପାଇଁ ଚେଷ୍ଟା କରିବି।
ଓଡ଼ିଶାରେ କିଛି କରିବାର ଯୋଜନା ଅଛି କି ?
ଓଡ଼ିଶାରେ ମଧ୍ୟ ‘ସୁପର-୩୦’ର ଏକ ବ୍ରାଞ୍ଚ ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆସନ୍ତା ବର୍ଷଠାରୁ ଓଡିଶାରେ ‘ସୁପର-୩୦’ର ପ୍ରବେଶିକା ପରୀକ୍ଷା କରାଯାଇ ଛାତ୍ରୀଛାତ୍ରଙ୍କୁ ଚୟନ କରାଯିବ। ସେମାନେ କିଭଳି ଚ୍ୟାଲେଞ୍ଜକୁ ସାମ୍ନା କରି ସଫଳତା ହାସଲ କରିବେ ତାହାର ଟ୍ରେନିଂ ଦିଆଯିବ।
ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର କ’ଣ ଦେବେ ?
ଧୈର୍ଯ୍ୟ ରଖିବା ଜରୁରୀ। ସକାରାତ୍ମକ ମନୋଭାବ ସହ ନିଷ୍ଠାପର କାମ କରିବା ଉଚିତ। ଯେତେ କଠିନରୁ କଠିନ ପରିସ୍ଥିତି ଆସିବ, ତାକୁ ଧୈର୍ଯ୍ୟର ସହ ସାମ୍ନା କରିବେ। ଧୈର୍ଯ୍ୟର ସହ ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ହାସଲ କରିପାରିବେ।
– ସାକ୍ଷାତ: ଅସମାପିକା ସାହୁ
ଫଟୋ-ବିକାଶ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri