ଧୋଇଗଲା ଡାଇଭର୍ସନ ଓ୍ବେ: ୫୯ ନଂ. ଏନ୍‌ଏଚ୍‌ରେ ଯାନବାହନ ଚଳାଚଳ ଠପ୍‌

ତୁମୁଡ଼ିବନ୍ଧ,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧରେ ଲଗାଣ ବର୍ଷା ଯୋଗୁ ଗୋପାଳପୁରରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ମୁଣ୍ଡିଗଡ଼ ଓ ମଣ୍ଡଳପଦରଠାରେ ଡାଇଭର୍ସନ ଓ୍ବେ ଧୋଇଯାଇଛି। ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। ରାତ୍ରିକାଳୀନ ବସ୍‌ଗୁଡ଼ିକ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

Share