ପାଟନା,୧।୯: ବିହାର ଦରଭଙ୍ଗାଠାରେ ଏକ ନିଆରା କ୍ରିକେଟ୍ ଖେଳ ହୋଇଛି। ଏଥିରେ ଖେଳାଳିମାନେ ଧୋତି କୁର୍ତ୍ତା ପିନ୍ଧି ଖେଳିଛନ୍ତି। ଖେଳରେ କମେଣ୍ଟ୍ରି ସଂସ୍କୃତରେ କରାଯାଇଥିଲା। ସ୍ଥାନୀୟ କାମେଶ୍ୱର ସିଂ ଦରଭଙ୍ଗା ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କ୍ରିକେଟ୍ ଖେଳର ଆୟୋଜନ କରାଯାଇଥିଲା। ଶିକ୍ଷକ ଏକାଦଶ ଏବଂ ଛାତ୍ର ଏକାଦଶ ମଧ୍ୟରେ ଏଥିରେ ମୁକାବିଲା ହୋଇଥିଲା। ୧୦ ଓଭର ବିଶିଷ୍ଟ ଏହି ମ୍ୟାଚ୍ ଦେଖିବାକୁ ବେଶ୍ ଜନସମାଗମ ହୋଇଥିଲା।