Categories: ଖେଳ

ଧୋନୀଙ୍କୁ ଟପି ପାରନ୍ତି ପନ୍ତ

ହାଇଦ୍ରାବାଦ,୫ା୧୨- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନିକଟରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପନ୍ତ ଏପର୍ଯ୍ୟନ୍ତ ୭ଟି ଟି୨୦ ମ୍ୟାଚ୍‌ ଖେଳି ୩ ଷ୍ଟମ୍ପିଂ କରିଛନ୍ତି। ଏହି ଧାରାରେ ଧୋନୀ ଶୀର୍ଷରେ ଅଛନ୍ତି। ପୂର୍ବତନ ଅଧିନାୟକ ଧୋନୀ ସମାନ ପ୍ରତିପକ୍ଷ ଦଳ ବିପକ୍ଷରେ ୭ ମ୍ୟାଚ୍‌ ଖେଳି ୫ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍‌ ଆଉଟ୍‌ କରିଥିଲେ। ପନ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଏହାକୁ ଅତିକ୍ରମ କରିପାରନ୍ତି। ଭାରତ ବିପକ୍ଷରେ ସର୍ବାଧିକ ଷ୍ଟମ୍ପିଂ କରିଥିବା ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଉଇକେଟକିପର ଦିନେଶ ରାମଦିନ ୫ ଉଇକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ୪ ଷ୍ଟମ୍ପିଂ ସହ ଦିନେଶ କାର୍ତ୍ତିକ ୩ୟ ସ୍ଥାନରେ ଅଛନ୍ତି। ଉଲ୍ଲେଖଥାଉ କି, ଧୋନୀଙ୍କ ସ୍ଥାନ ନେବା ପରେ ପନ୍ତ ବ୍ୟାଟିଂ, ଉଇକେଟକିପିଂ ଓ ରିଭ୍ୟୁ ନିଷ୍ପତ୍ତି ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥିଯୋଗୁ ତାଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି।

Share