Categories: ଖେଳ

ଧୋନୀଙ୍କୁ ପଛରେ ପକାଇଲେ କୋହଲି

ବେଙ୍ଗାଲୁରୁ,୨୦।୧ – ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତ ପାଇଁ ୮୯ (୯୧ ବଲ, ୮ ଚୌକା) ରନ ଇନିଂସ ଖେଳିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଏଥିସହ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ମହମ୍ମଦ ଆଝରୁଦ୍ଦିନ, ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଟିମ୍‌ ଇଣ୍ଡିଆର କ୍ୟାପଟେନ ଭାବେ କୋହଲି କ୍ରିକେଟର ସମସ୍ତ ତିନୋଟିଯାକ ଫର୍ମାଟରେ ସର୍ବାଧିକ ରନ କରିବାର ରେକର୍ଡ କରିଛନ୍ତି। ସେ ମୋଟ ୧୯୯ ଇନିଂସରେ ୧୧,୨୦୮ ରନ ସଂଗ୍ରହ କରିଛନ୍ତି। ଏହିଧାରାରେ ମହେନ୍ଦ୍ର ସିଂ ଧୋନୀ ୩୩୦ ଇନିଂସ୍‌ରୁ ୧୧,୨୦୭ ରନ୍‌ କରିଥିଲେ। ତାଙ୍କ ପଛକୁ ମହମ୍ମଦ ଆଝାରୁଦ୍ଦିନ (୨୩୦ ଇନିଂସ୍‌ରୁ ୮୦୯୫) ଓ ସୌରଭ ଗାଙ୍ଗୁଲି (୨୧୭ ଇନିଂସରୁ ୭୬୪୩) ରହିଛନ୍ତି। ଅବଶ୍ୟ ଆଝାରୁଦ୍ଦିନ ଓ ଗାଙ୍ଗୁଲି ଟି୨୦ କ୍ରିକେଟ ଖେଳି ନ ଥିଲେ।

Share