Advertisement

ଧୋନୀଙ୍କୁ ବିସିସିଆଇର ସମର୍ଥନ

ନୂଆଦିଲ୍ଲୀ,୭।୬- ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ବ୍ୟବହାର ଉଇକେଟ କିପିଂ ଗ୍ଲୋଭ୍ସକୁ ନେଇ ଏବେ ବିବାଦ ଦେଖାଦେଇଛି। ଗ୍ଲୋଭ୍ସରେ ଲାଗିଥିବା ଆର୍ମିର ପ୍ରତୀକ ବଳିଦାନ ଚିହ୍ନକୁ ଗ୍ଲୋଭ୍ସରୁ ହଟାଇବା ପାଇଁ ଆଇସିସି ପକ୍ଷରୁ ବିସିସିଆଇକୁ ନିବେଦନ କରାଯାଇଥିଲା। ହେଲେ ପ୍ରଶାସକ କମିଟି (ସିଓଏ) ମୁଖ୍ୟ ବିନୋଦ ରାଇ ପୂର୍ବତନ ଅଧିନାୟକଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ରାଇ କହିଛନ୍ତି, ଉକ୍ତ ଚିହ୍ନ କୌଣସି ଧାର୍ମିକ କିମ୍ବା ବ୍ୟବସାୟିକ ଚିହ୍ନ ନୁହେଁ। ଏଣୁ ବିସିସିଆଇ ଧୋନୀଙ୍କ ସପକ୍ଷରେ ରହିଛି। ଏହାକୁ ସ୍ବୀକୃତି ଦେବା ପାଇଁ ବିସିସିଆଇ ପକ୍ଷରୁ ଆଇସିସି ନିକଟରେ ଅନୁରୋଧ କରାଯାଇଛି। ଆଇସିସି ନିୟମ ଅନୁଯାୟୀ, କୌଣସି ଖେଳାଳି ବ୍ୟବସାୟିକ, ଧାର୍ମିକ କିମ୍ବା ସୈନ୍ୟଙ୍କ ଲୋଗୋ ବ୍ୟବହାର କରିପାରିବେ ନାହିଁ। କିନ୍ତୁ ଧୋନୀ ପାରାମିଲିଟାରି ରେଜିମେଣ୍ଟାର ଲୋଗୋ ଗ୍ଲୋଭ୍ସରେ ବ୍ୟବହାର କରିଛନ୍ତି, ଯାହା ସଭିଙ୍କୁ ଜଣା। ଏଣୁ ଧୋନୀ କୌଣସି ଆଇସିସି ନିୟମ ଭଙ୍ଗ କରିନାହାନ୍ତି। ଧୋନୀ ଏହି ଗ୍ଲୋଭ୍ସର ବ୍ୟବହାର ଜାରି ରଖନ୍ତୁ ଆଇସିସିକୁ ଆମେ ଅନୁରୋଧ କରିଛୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share