ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟୁଇଟରେ ଧୋନି ରିଟାୟାର୍ସ ହ୍ୟାସଟ୍ୟାଗ ଟ୍ରେଣ୍ଡିଂ ହେବା ପରେ ଧୋନୀଙ୍କ ସ୍ତ୍ରୀ ମୁହଁ ଖୋଲିଛନ୍ତି। ‘ଏହା କେବଳ ଗୁଜବ, ମୁଁ ବୁଝି ପାରୁଛି ଲକ୍ଡାଉନ ପାଇଁ କିଛି ଲୋକଙ୍କ ମତିଭ୍ରମ ହୋଇଛି’ ବୋଲି ସାକ୍ଷୀ ନିଜ ଟୁଇଟରରେ ଲେଖିଥିଲେ। ତାଙ୍କ ଟ୍ବିଟ ମଧ୍ୟ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ବିବାଦ ବଢୁଥିବା ଦେଖି ସାକ୍ଷୀ ଏହି ଟୁଇଟ୍କୁ ଡିଲିଟ କରି ଦେଇଥିଲେ। ଏହାକୁ ନେଇ ମଧ୍ୟ ଟ୍ରୋଲ୍ ଆରମ୍ଭ ହୋଇଯାଇଥିଲା। ‘ସାକ୍ଷୀ ଧୋନି ତାଙ୍କ ସ୍ବାମୀଙ୍କ ଷ୍ଟାଇଲରେ ମ୍ୟାଚ ଶେଷ କଲେ, ଅତି ଚମତ୍କାର ସଟ।’ ସୂଚନାଯୋଗ୍ୟ, ୨୦୧୯ ମସିହାର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ ସେମିଫାଇନାଲ ପରେ ଧୋନି ଆଉ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି।