Categories: ଖେଳ

ଧୋନୀଙ୍କ ଅବସର ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇପାରନ୍ତି ଏହି ୨ ଖେଳାଳି

୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ ଦୂରେଇ ଅଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ କେବେ ପୁଣି କ୍ରିକେଟକୁ ଫେରିବେ କି ଅବସର ନେବେ ସେନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ଭିତରେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ନେତୃତ୍ୱ ନେଉଥିବା ଧୋନୀ ଯଦି ଅବସର ନେବେ ତେବେ ତାଙ୍କ ସ୍ଥାନରେ ଦଳ କାହାକୁ ଅଧିନାୟକ ଦାୟିତ୍ୱ ଦେବ ତାହାକୁ ନେଇ ଆଲୋଚନା ଚାଲିଛି। ଧୋନୀଙ୍କ ନେତୃତ୍ୱରେ ସିଏସକେ ୩ ଥର ଚାମ୍ପିୟନ ହୋଇଥିବାବେଳେ ୫ ଥର ଉପବିଜେତା ହୋଇଛି। ତେଣୁ ତାଙ୍କ ସଫଳତା ଦୋହରାଇବାକୁ ହେଲେ କାହାକୁ ଦାୟିତ୍ୱ ଦିଆଯିବ ତାକୁ ନେଇ ଫ୍ରାଚାଇଜ୍‌ ଚିନ୍ତାରେ ପଡିଛନ୍ତି। ତେବେ ଧୋନୀଙ୍କ ପରେ ସୁରେଶ ରାଇନା ଦଳର ନେତୃତ୍ୱ ନେବାରେ ସର୍ବାଗ୍ରେ ଅଛନ୍ତି। କାରଣ ସେ ଆରମ୍ଭରୁ ଚେନ୍ନାଇ ପକ୍ଷରୁ ଖେଳୁଛନ୍ତି। ଟି-୨୦ରେ ତାଙ୍କ ଅଭିଜ୍ଞତା ବି ଅଧିକ। ତାଙ୍କ ପଛକୁ ଅଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ତାଙ୍କର ମଧ୍ୟ ନେତୃତ୍ୱ ନେବାର କ୍ଷମତା ରହିଛି। ତେବେ ଧୋନୀଙ୍କ ପରେ ଏହି ୨ ଖେଳାଳି ଚେନ୍ନାଇ ଦଳର ନେତୃତ୍ୱ ନେବେ ବୋଲି କୁହାଯାଉଛି।

Share