ଧୋନୀଙ୍କ ଉପରେ ପାକ୍‌ ମନ୍ତ୍ରୀଙ୍କ ଟୁଇଟ୍‌

ଲଣ୍ଡନ,୭।୬- ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗ୍ଲୋଭ୍ସ ନେଇ ଚର୍ଚ୍ଚା ଜୋର ଧରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଆର୍ମି ପ୍ରତୀକ ବଳିଦାନ ବ୍ୟାଜ୍‌ ପରିଧାନ କରିବା ପରେ ପାକିସ୍ତାନର ବିଜ୍ଞାନ ଓ ବୈଷୟିକ ବିଭାଗୀୟ ମନ୍ତ୍ରୀ ଫଓ୍ବାଦ ଆଲାମ ଚୌଧରୀ ଟୁଇଟର ଜରିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଧୋନୀ ତୁମେ ଇଂଲଣ୍ଡକୁ କ୍ରିକେଟ୍‌ ଖେଳିବାକୁ ଯାଇଛ, ମହାଭାରତ ନୁହେଁ। ଭାରତୀୟ ଗଣମାଧ୍ୟମ ମୂର୍ଖଙ୍କ ଭଳି ଚର୍ଚ୍ଚା କରୁଛି। କେତେକ ଗଣମାଧ୍ୟମକୁ କେବଳ ଯୁଦ୍ଧ ଦରକାର। ସେମାନଙ୍କୁ ସିରିୟା କିମ୍ବା ଆଫଗାନିସ୍ତାନ ପଠାଇଦେବା ଉଚିତ ବୋଲି ଫଓ୍ବାଦ ଟୁଇଟ୍‌ରେ ଲେଖିଛନ୍ତି।

Share