Categories: ଖେଳ

ଧୋନୀଙ୍କ ଘରକୁ ଆସିଲା ନୂଆ ଅତିଥି, ଖୁସିରେ ନାଚି ଉଠିଲେ ଜିଭା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଘରକୁ ଏକ କୁନି ଅତିଥି ଆସିଛି, ଯାହାକୁ ଦେଖି ଧୋନୀଙ୍କ ଝିଅ ଜିଭା ଖୁସିରେ ଝୁମି ଉଠିଛନ୍ତି। ସେହି ଅତିଥି ଜଣକ ହେଉଛି କୁକୁର ଛୁଆ। କୁନି କୁକୁର ଛୁଆକୁ ଧରି ଜିଭା ଖେଳୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଧୋନୀଙ୍କୁ କୁକୁର ବହୁତ ପସନ୍ଦ। ସେ ଘରେ ୩-୪ଟି ପୋଷା କୁକୁର ରଖିଛନ୍ତି। କ୍ରିକେଟରୁ ସମୟ ମିଳିଲେ କୁକୁର ସହ ସମୟ ବିତାନ୍ତି ମାହି। ଏପରିକି କୁକୁର ଖେଳିବା ପାଇଁ ସେ ଘର ପାଖରେ ଏକ ଅଲଗା ପଡିଆ ପ୍ରସ୍ତୁତ କରିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱକପ୍‌ ପରେ ଧୋନୀ କିଛିଦିନ କ୍ରିକେଟରୁ ଦୂରେଇ ଯାଇ ସେନାରେ ନିଜକୁ ସାମିଲ କରିଥିଲେ। ଏବେ ସେ ଆଇପିଏଲର ଚେନ୍ନାଇ ସୁପର୍‌ କିଙ୍ଗ୍ସ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମେରିକା ଗସ୍ତରେ ଯାଇଛନ୍ତି।

Share