Categories: ଖେଳ

ଧୋନୀଙ୍କ ଝିଅ ହାତରେ ଧରିଲେ ତଲଓ୍ବାର୍‌

ରାଞ୍ଚି, ୧୬।୮:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଝିଅ ଜିଭାଙ୍କୁ ତ ଆପଣ ପୂର୍ବରୁ ଅନେକ ମସ୍ତି କରୁଥିବାର ଦେଖିଥିବେ। ଏବେ ସେ ହାତରେ ତଲଓ୍ବାର ଧରି ଚର୍ଚ୍ଚାକୁ ଆସିଛନ୍ତି। ସ୍ବାଧୀନତା ଦିବସରେ ସ୍କୁଲରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝାନସୀ ରାଣୀ ବେଶରେ ନଜର ଆସିଥିଲେ। ହାତରେ ତଲଓ୍ବାର୍‌ ଧରି ଲକ୍ଷ୍ମୀବାଇ ଭଳି ଦେଖାଯାଉଥିଲେ। ତାଙ୍କ ଅଭିନୟ ଦେଖି ଉପସ୍ଥିତ ଅତିଥି ଛିଡା ହୋଇ ତାଳି ମାରିଥିଲେ। ଏହାର ଏକ ଭିଡିଓ ଜିଭାଙ୍କ ମା’ ସାକ୍ଷୀ ଧୋନୀ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।

Share