କଲମ୍ବୋ,୨୯।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ବିଶ୍ୱକପ୍ ପରେ ଭାରତୀୟ ସେନାରେ ଟ୍ରେନିଂ ନେଇଥିଲେ। ତେବେ ତାଙ୍କ ପରେ ଆଉ ଜଣେ କ୍ରିକେଟର ସେନାରେ ଯୋଗ ଦେଇଛନ୍ତି। ସେ ହେଉଛନ୍ତି ଶ୍ରୀଲଙ୍କାର ଦିନେଶ ଚାଣ୍ଡିମାଲ। ସେ ଖୁବଶୀଘ୍ର ଶ୍ରୀଲଙ୍କା ସେନାରେ ଯୋଗଦେବେ ବୋଲି ଜଣାପଡିଛି। ଶ୍ରୀଲଙ୍କା ସେନାର ମେଜର ଜେନେରାଲ ସୁମିତ ଆଟ୍ଟାପଟୁ କହିଛନ୍ତି, ଚାଣ୍ଡିମାଲଙ୍କୁ ସେନାର କମିଶନ ଅଫିସର ଦାୟିତ୍ୱ ଦିଆଯିବ। ସେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କ୍ରିକେଟ ମଧ୍ୟ ଖେଳିବେ। ଏହା ପୂର୍ବରୁ ତାଙ୍କୁ ଏଣ୍ଟ୍ରାନ୍ସ ଟେଷ୍ଟ ଦିଆଯିବ ବୋଲି କହିଛନ୍ତି। ଦିନେଶଙ୍କ ପୂର୍ବରୁ ଅଜନ୍ତା ମେଣ୍ଡିସ୍, ସେକୁଗେ ପ୍ରସନ୍ନା ଏବଂ ଅସେଲା ଗୁଣାରତ୍ନେ ସେନାରେ ସାମିଲ ହୋଇଥିଲେ।