Categories: ଖେଳ

ଧୋନୀଙ୍କ ପାଇଁ ପାଗଳ ସମର୍ଥକ: ଗାଡି ନମ୍ବର ପ୍ଲେଟରେ ଲେଖିରେ ନାଁ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଅଛନ୍ତି। ଯଦିଓ ଧୋନୀ ଏବେ କ୍ରିକେଟରୁ ଦୂରେଇ ଅଛନ୍ତି କିନ୍ତୁ ତାଙ୍କ ପ୍ରଶଂସକ ତାଙ୍କୁ ଏବେ ବି ପାଗଳଙ୍କ ଭଳି ଭଲ ପାଉଥିବା ଦେଖିବାକୁ ମିଳିଛି। ଆମେରିକା ଲସ ଆଞ୍ଜେଲସ୍‌ଠାରେ ଜଣେ ବ୍ୟକ୍ତି ନିଜ କାରର ନମ୍ବର ପ୍ଲେଟରେ ଏମ.ଏସ.ଧୋନୀ ଲେଖିଛନ୍ତି। ପ୍ରଶଂସକ ଜଣକ ନିଜ କାରର ଫଟୋ ଉଠାଇ ଟୁଇଟରରେ ପୋଷ୍ଟ କରିଛନ୍ତି। କେବଳ ଆମେରିକାରେ ନୁହେଁ ଭାରତରେ ମଧ୍ୟ କିଛି ପ୍ରଶଂସକ ଧୋନୀଙ୍କ ନାଁ ନିଜ ଗାଡିରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଧୋନୀ କ୍ରିକେଟରୁ କିଛିଦିନ ଦୂରେଇ ଯାଇ ସେନାରେ ତାଲିମ୍‌ ନେଉଥିଲେ। ଏବେ ସେ ଆମେରିକା ଗସ୍ତରେ ଯାଇଛନ୍ତି।

Share