Categories: ଖେଳ

ଧୋନୀଙ୍କ ଫଟୋ ଛାଡି ଏମିତି କହିଲେ କୋହଲି

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକ ହୁଅନ୍ତୁ କି ସାଥୀ ଖେଳାଳି ଧୋନୀଙ୍କୁ ଭୁଲିପାରୁନାହାନ୍ତି। ନିକଟରେ ଅଧିନାୟକ ବିରାଟ କୋହଲି ମାହିଙ୍କ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ମାହିଙ୍କ ସହ ନଜର ଆସୁଛନ୍ତି କୋହଲି। ନେଟ୍ସରେ ଅଭ୍ୟାସ କରୁଥିବାବେଳର ଏହି ଫଟୋଟି କେଉଁଠାରେ ଉଠିଛି ତାହା ସ୍ପଷ୍ଟ ହୋଇନାହିଁ। ବିରାଟ ଏହି ଫଟୋ ଛାଡି କହିଛନ୍ତି, ପାର୍ଟନର୍ସ ଇନ୍‌ କ୍ରାଇମ୍‌, ତାଙ୍କ ଅପରାଧ ହେଉଛି ବାଉଣ୍ଡ୍ରି ପାଖରେ ଜଗିଥିବା ଖେଳାଳିଠାରୁ ୨ ରନ୍‌ ଚୋରେଇ ନେଇଥାନ୍ତି। ଏହି ଖେଳାଳି ଜଣଙ୍କ କିଏ କୁହନ୍ତୁ। ସାଧାରଣତଃ ଧୋନୀ ଦୌଡିକି ରନ୍‌ ନେବାରେ ବେଶ୍‌ ମାହିର୍‌। ଇଂଲଣ୍ଡରେ ଶେଷ ହୋଇଥିବା ବିଶ୍ୱକପ୍‌ ପରେ ଧୋନୀ କ୍ରିକେଟ ପଡିଆକୁ ଓହ୍ଲାଇନାହାନ୍ତି। ତାଙ୍କ ଅବସରକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି।

Share