Categories: ଖେଳ

ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ: ସୌରଭ ଗାଙ୍ଗୁଲି

ମୁମ୍ବାଇ, ୨୬।୮: ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ ବୋଲି ଭାରୀୟ ଦଳର ପୂର୍ବତନ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି। ଦୁଇ ଦୁଇଥର ବିଶ୍ୱକପ୍‌ ବିଜେତା ଦଳର ଅଧିନାୟକ ସବୁବେଳେ ଦଳ ପାଇଁ ଖେଳିବେ ନାହିଁ। ଏଣିକି ଭାରତୀୟ ଦଳ ଧୋନୀଙ୍କ ବିନା ଖେଳିବା ଅଭ୍ୟାସ କରୁ। ଆଗକୁ ଦଳ ପାଇଁ ଆଉ କେତେ ଦିନ ଖେଳିବେ ସେ ନିଷ୍ପତ୍ତି ଧୋନୀଙ୍କ ଉପରେ ଛାଡିଦେବା ଉଚିତ୍‌ ବୋଲି ସେ କହିଛନ୍ତି। ଖେଳରେ ସବୁ ବଡ ଖେଳାଳି ସନ୍ୟାସ ନେଇଛନ୍ତି। ସେ ଉଦାହରଣ ଫୁଟବଲର କିମ୍ବଦନ୍ତୀ ମାରାଡୋନା ବି ଦିନେ ସନ୍ୟାସ ନେଇଥିଲେ। ସଚିନ ତେନ୍ଦୁଲକର, ଡନ୍‌ ବ୍ରାଡ୍‌ମ୍ୟାନ୍‌, ବ୍ରାଏନ ଲାରାଙ୍କ ଭଳି କ୍ରିକେଟର ଖେଳକୁ ଅଲବିଦା କହିଥିଲେ। ସେମିତି ଦିନେ ଧୋନୀ ମଧ୍ୟ ସନ୍ୟାସ ନେବେ ଏହାକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ଗାଙ୍ଗୁଲି ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଧୋନୀ ବିଶ୍ୱକପ୍‌ ପରେ କ୍ରିକେଟରୁ କିଛିଦିନ ଦୂରେଇ ରହି ସେନାରେ ତାଲିମ୍‌ ନେଇଥିଲେ।

Share