ଧୋନୀଙ୍କ ବ୍ୟାଟ୍‌ରେ ଭିନ୍ନ ଲୋଗୋ

ନୂଆଦିଲ୍ଲୀ,୫।୭- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କଦାପି ନିଜ ପ୍ରଶଂସକଙ୍କୁ ଚକିତ କରିବାକୁ ଭୁଲନ୍ତି ନାହିଁ। ୨୦୦୭ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଅନ୍ତିମ ଓଭର ଯୋଗିନ୍ଦର ଶର୍ମାଙ୍କୁ ବୋଲିଂ ଦେବା ହେଉ କି ୨୦୧୧ ବିଶ୍ୱକପ୍‌ ଫାଇନାଲରେ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ଦ୍ୱାରା ସେ ନିଜର ଅସାଧାରଣ ନିଷ୍ପତ୍ତିର ପରିଚୟ ଦିଅନ୍ତି। ନିକଟରେ ରାଞ୍ଚତ୍ ଷ୍ଟମ୍ପର ବ୍ୟାଟ୍‌ରେ ବିଭିନ୍ନ ବ୍ରାଣ୍ଡର ଲୋଗୋ ବ୍ୟବହାର କରି ପ୍ରଶଂସକଙ୍କୁ ଚକିତ କରିଛନ୍ତି। କ୍ୟାରିୟରରେ ପ୍ରାୟତଃ ବ୍ୟାଟରେ ‘ରିବକ’ କିମ୍ବା ‘ସ୍ପାର୍ଟନ’ ଷ୍ଟିକର ବ୍ୟବହାର କରୁଥିବା ଧୋନୀ ଚଳିତ ବିଶ୍ୱକପ୍‌ରେ ଏସ୍‌ଜି, ଏସ୍‌ଏସ୍‌ ଓ ବିଏଏସ୍‌ ଲୋଗୋ ଲଗାଉଛନ୍ତି। ଭାରତୀୟ ଦଳର ଅନ୍ତିମ ଦୁଇଟି ମ୍ୟାଚ୍‌ ଇଂଲଣ୍ଡ ଓ ବାଂଲାଦେଶରେ ଧୋନୀ ଏସ୍‌ଜି ଲୋଗୋ ଥିବା ବ୍ୟାଟ୍‌ ନେଇ ପନିଆକୁ ଓହ୍ଲାଇଥିଲେ। ପରବର୍ତ୍ତୀ ଭାଗରେ ଯେତେବେଳେ ଦଳକୁ ବଡ଼ ଶଟ ଦରକାର ପଡେ, ସେ ବିଏଏସ୍‌ ଲୋଗୋ ଥିବା ବ୍ୟାଟ୍‌ରେ ଖେଳିଥିଲେ। ଏହି ସମସ୍ତ ବ୍ରାଣ୍ଡକୁ ପ୍ରତିଷ୍ଠିତ କରାଇବା ଲାଗି ସେ ଏଭଳି କରୁଛନ୍ତି। ଏଥିନେଇ କୌଣସି ବ୍ରାଣ୍ଡଠାରୁ ଅର୍ଥ ନେଉନାହାନ୍ତି ବୋଲି ଜଣାପଡ଼ିଛି। ସାଧାରଣତଃ ଧୋନୀ ପ୍ରତ୍ୟେକ ମ୍ୟାଚ୍‌ ପିଛା ନିର୍ଦ୍ଦିଷ୍ଟ ଲୋଗୋ ବ୍ୟବହାର କରିବା ଲାଗି ୧୦ରୁ ୧୫ ଲକ୍ଷ ଟଙ୍କା ନିଅନ୍ତି।

Share