Categories: ଖେଳ

ଧୋନୀଙ୍କ ସମକକ୍ଷ କୋହଲି

ନୂଆଦିଲ୍ଲୀ,୨୬।୮: ଯଶପ୍ରୀତ ବୁମରାଙ୍କ ୫ ଉଇକେଟ ବଳରେ ଓ୍ବେଷ୍ଟଇଣ୍ଡିଜ ୧୦୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩୧୮ ରନ୍‌ର ବିଜୟ ହାସଲ କରିଛି। ବିଦେଶରେ ଏହା ଭାରତୀୟ ଦଳର ସର୍ବବୃହତ୍‌ ବିଜୟ। ଏହି ବିଜୟ ସହ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମକକ୍ଷ ହୋଇଛନ୍ତି। ଏପର୍ଯ୍ୟନ୍ତ ୪୭ ଟେଷ୍ଟରେ ଭାରତର ନେତୃତ୍ୱ ନେଇଥିବା କୋହଲିଙ୍କ ଏହା ଥିଲା ୨୭ତମ ବିଜୟ। ଧୋନୀଙ୍କ ନେତୃତ୍ୱରେ ମଧ୍ୟ ଭାରତ ସମାନ ସଂଖ୍ୟକ ବିଜୟ ହାସଲ କରିଥିଲା। ତେବେ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ୬୦ ମ୍ୟାଚ୍‌ ଖେଳିଥିଲା। ଦେଶର ସଫଳତମ ଟେଷ୍ଟ ଅଧିନାୟକଙ୍କ ତାଲିକାରେ ଧୋନୀଙ୍କ ପଛକୁ ସୌରଭ ଗାଙ୍ଗୁଲି ୨୧ ବିଜୟ ସହ ୩ୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ମହମ୍ମଦ ଆଝାରୁଦ୍ଦିନ (୧୪ ବିଜୟ)। ମୁଁ ନିଷ୍ପତ୍ତି ନେଉଛି। ହେଲେ ଏହାକୁ ପ୍ରତ୍ୟେକ ଖେଳାଳି କାର୍ଯ୍ୟକାରୀ କରନ୍ତି। ଦଳର ବିଜୟରେ ମୁଁ ଯୋଗଦାନ କରିପାରି ଥିବାରୁ ଅତ୍ୟନ୍ତ ଆନନ୍ଦିତ ବୋଲି କୋହଲି କହିଛନ୍ତି।

Share