Categories: ଖେଳ

ଧୋନୀଙ୍କ ସମର୍ଥନରେ ବାହାରିଲେ ଭାରତୀୟ ଦଳର ବ୍ୟାଟିଂ କୋଚ

ବର୍ମିଂହମ, ୨।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂକୁ ନେଇ ଚାଲିଥିବା ଆଲୋଚନାରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର। ଧୋନୀଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଶ୍ନ ଉଠାଇବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ଭାରତୀୟ ଦଳକୁ ଉଚ୍ଚ ଶିଖରରେ ପହଞ୍ଚାଇବାରେ ଧୋନୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ବିଶ୍ୱକପ୍‌ରେ ମଧ୍ୟ ଧୋନୀ ଭଲ ଖେଳୁଛନ୍ତି, ତାଙ୍କୁ ନେଇ ଆଲୋଚନା କରିବା ଆଦୌ ଉଚିତ୍‌ ନୁହେଁ ବୋଲି ବାଙ୍ଗର କହିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଧୋନୀ ୩୧ଟି ବଲରୁ ୪୨ରନ୍‌ କରି ଅପରାଜିତ ରହିଥିଲେ ମଧ୍ୟ ଶେଷ ଓଭର ଆଡକୁ ଦ୍ରୁତ ଗତିରେ ରନ ସଂଗ୍ରହ କରିପାରି ନ ଥିଲେ। ଫଳରେ ଭାରତ ୩୧ରନରେ ପରାସ୍ତ ହୋଇଥିଲା। ପରେ ଧୋନୀଙ୍କ କ୍ଷମତାକୁ ବେଶ୍‌ ଆଲୋଚନ କରାଯାଇଥିଲା।

Share