Categories: ଖେଳ

ଧୋନୀଙ୍କ ସହ ସମକକ୍ଷ ରୋହିତ

ବାଙ୍ଗାଲୋର,୨୨।୯: ଭାରତୀୟ ଓପନର ରୋହିତ ଶର୍ମା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମକକ୍ଷ ହୋଇଛନ୍ତି। ଉଭୟେ ଏପର୍ଯ୍ୟନ୍ତ ଟି୨୦ ଫର୍ମାଟରେ ଦେଶ ପାଇଁ ସର୍ବାଧିକ ୯୮ ମ୍ୟାଚ୍‌ ଖେଳି ସାରିଛନ୍ତି। ଏହି ତାଲିକାରେ ୭୮ ମ୍ୟାଚ୍‌ ଖେଳିଥିବା ସୁରେଶ ରାଇନା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି (୭୨), ଯୁବରାଜ ସିଂ (୫୮) ଓ ଶିଖର ଧାଓ୍ବନ (୫୫)।

Share