Advertisement

ଧୋନୀଙ୍କ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ନ ଥାଏ କାହିଁକି

ଭାରତୀୟ କ୍ରିକେଟ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ଲଗାଇ ବ୍ୟାଟିଂ କରୁଥିବାର ଦେଖାଯାଏ। ଏହି ଟ୍ରେଣ୍ଡ୍‌ ପ୍ରଥମେ ଆରମ୍ଭ କରିଥିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ତାଙ୍କ ପରେ ଗୌତମ ଗମ୍ଭୀର, ବିରେନ୍ଦ୍ର ସେହଓ୍ବାଗ୍‌ ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳି ହେଲମେଟ୍‌ରେ ଚିହ୍ନ ଲଗାଇ ପଡିଆକୁ ଓହ୍ଲାଇଥାନ୍ତି। କିନ୍ତୁ ଭାରତୀୟ ଦଳର ଉଇକେଟ୍‌କିପର୍‌ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ କେବେ ବି ନିଜ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ଲଗାଇ ନ ଥାନ୍ତି। ଏବେ ପ୍ରଶ୍ନ ଧୋନୀଙ୍କ ଭଳି ଜଣେ ଦେଶଭକ୍ତ ଏଭଳି କରନ୍ତି ନାହିଁ କାହିଁକି। ଏହାକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଛି। ଥରେ ଏକ ସାକ୍ଷାତକାରରେ ତାଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଉଇିକେଟ କିପିଂ କଲାବେଳେ ବେଳେବେଳେ ହେଲମେଟ୍‌ ତଳେ ରଖିବାକୁ ପଡିଥାଏ। ତେଣୁ ତ୍ରିରଙ୍ଗାକୁ ସେ କେବେ ତଳେ ପକାଇବାକୁ ଚାହାନ୍ତି ନାହିଁ। ଏହାଦ୍ୱାରା ତିରଙ୍ଗାକୁ ଅସମ୍ମାନ ହୋଇଥାଏ। ତେଣୁ ସେ ତାଙ୍କ ହେଲମେଟ୍‌ରେ ତିରଙ୍ଗା ଚିହ୍ନ ରଖନ୍ତି ନାହିଁ ଧୋନୀ ମତ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share