Categories: ଖେଳ

ଧୋନୀଙ୍କ ୪୦ ଫୁଟ ଉଚ୍ଚତାର ପୋଷ୍ଟର ଲଗାଇଲେ ୧୦ ହଜାର ପ୍ରଶଂସକ

ଥିରୁଭାନନ୍ତପୁରମ୍‌,୯।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୫ ମାସ ହେବ କ୍ରିକେଟରୁ ଦୂରେଇ ଅଛନ୍ତି। କିନ୍ତୁ ଭାରତ ଖେଳୁଥିବା ପ୍ରତ୍ୟେକ ମ୍ୟାଚ୍‌ରେ ପ୍ରଶଂସକ ତାଙ୍କୁ ମିସ୍‌ କରୁଥିବାର ଦେଖାଯାଇଛି। ଷ୍ଟାଡିୟମରେ ଅନେକ ଦର୍ଶକ ପ୍ଲା-କାର୍ଡରେ ଧୋନୀ ମିସ୍‌ ୟୁ ଲେଖିଥିବା ମଧ୍ୟ ଦେଖାଯାଏ। ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଥିରୁଭାନନ୍ତପୁରମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଧୋନୀଙ୍କ ପ୍ରାୟ ୧୦ ହଜାର ପ୍ରଶଂସକ ମିଶି ୧୦ ହଜାର ଫୁଟ ଉଚ୍ଚତାର ତାଙ୍କର ଏକ ପୋଷ୍ଟର ଲଗାଇଥିଲେ। ଏହାସହ ପୋଷ୍ଟର ତଳେ ଧୋନୀ ଧୋନୀ ନାରା ଦେଇଥିଲେ।

Share