Categories: ଖେଳ

ଧୋନୀଙ୍କ ଅବସରକୁ ନେଇ କରିଥିବା ଟୁଇଟ୍‌ କାହିଁକି ହଟାଇଥିଲେ ସାକ୍ଷୀ

ଅନେକ ଦିନ ହେବ କ୍ରିକେଟରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। କିଛିଦିନ ତଳେ ସୋସିଆଲ ମିଡିଆରେ #Dhoniretires ଟ୍ରେଣ୍ଡ୍‌ କରିଥିଲା। ଏହାପରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଟୁଇଟ୍‌ ଯୋଗେ ଏହାକୁ ମିଥ୍ୟା ବୋଲି କହିଥିଲେ। କିଛି ସମୟ ପରେ ଏହି ଟୁଇଟ୍‌କୁ ସେ ହଟାଇ ଦେଇଥିଲେ। ଏନେଇ ସେ କହିଛନ୍ତି, ମୁଁ ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କ ପାଇଁ ସେହି ଟୁଇଟ୍‌ କରିଥିଲି। ମୋ କାମ ହେବା ପରେ ଉକ୍ତ ଟୁଇଟ୍‌କୁ ହଟାଇବା ଉଚିତ୍‌ ମଣିଲି। କାରଣ ଏଭଳି ଟୁଇଟ୍‌କୁ ପ୍ରାଧାନ୍ୟ ଦେବାକୁ ଚାହୁଁ ନ ଥିଲି ବୋଲି ସେ କହିଛନ୍ତି। ଏହାସହ ଆଇପିଏଲ୍‌କୁ ନେଇ ସେ କହିଛନ୍ତି, ଚଳିତବର୍ଷ ଆଇପିଏଲ୍‌ ହେବ କି ନାହିଁ ଜାଣିନାହିଁ। କିନ୍ତୁ ଝିଅ ଜିଭା କିନ୍ତୁ ଆଇପିଏଲ୍‌ କେବେ ହେବ ପଚାରୁଛି ବୋଲି ସାକ୍ଷୀ କହିଛନ୍ତି।

Share