‘ଧୋନୀ ଆଉ ଦୁଇ ବର୍ଷ ଖେଳିବା ଉଚିତ’

ନୂଆଦିଲ୍ଲୀ,୫।୭- ଧିମା ବ୍ୟାଟିଂ ଲାଗି ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ସେ ଚଳିତ ବିଶ୍ୱକପ୍‌ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ବୋଲି କେତେକ ପୂର୍ବତନ ଖେଳାଳି ଓ ବିଶେଷଜ୍ଞ କହିଛନ୍ତି। ହେଲେ ଶ୍ରୀଲଙ୍କା ପେସର ଲସିଥ୍‌ ମାଲିଙ୍ଗା ଭିନ୍ନ ମତ ଦେଇଛନ୍ତି। ଧୋନୀ ଆଉ ଏକରୁ ଦୁଇ ବର୍ଷ ଖେଳିବା ଉଚିତ। ସେ ଏବେ ବି ବିଶ୍ୱର ଶ୍ରେଷ୍ଠ ଫିନିଶର। ତାଙ୍କର ଅଭିଜ୍ଞତାର ଫାଇଦା ଯୁବ ଖେଳାଳିମାନେ ନେଇପାରିବେ। ଭାରତକୁ ନୂଆ ମ୍ୟାଚ୍‌ ଫିନିଶର ପ୍ରସ୍ତୁତ କରିବା ଦରକାର, ଯିଏକି ଧୋନୀଙ୍କ ସ୍ଥାନ ନେଇପାରିବ। ତାଙ୍କ ସ୍ଥାନ ନେବା ଯୁବ ଖେଳାଳିଙ୍କ ଲାଗି ବହୁ କଷ୍ଟକର ହେବ ବୋଲି ମାଲିଙ୍ଗା କହିଛନ୍ତି।

Share