Categories: ଖେଳ

ଧୋନୀ କିଣିଥିଲେ ସେକେଣ୍ଡ ହ୍ୟାଣ୍ଡ ଏସ୍‌ୟୁଭି

କାର୍‌ ହେଉ କିମ୍ବା ବାଇକ୍‌ ପ୍ରତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଲ ପାଇବା କାହାକୁ ଅଛୁପା ନୁହେଁ। ଏପରି କି ସେ ଗତ ମାସରେ ଏକ ସେକେଣ୍ଡ ହ୍ୟାଣ୍ଡ ଏସ୍‌ୟୁଭି କିଣିଛନ୍ତି। ୨୦ ବର୍ଷ ପୁରୁଣା ନିସାନ ଜୋଙ୍ଗା ୧୯୯୯ରେ ନିର୍ମାଣ କରାଯାଇଥିଲା। ଏକଦା ଏହା ଭାରତୀୟ ଆର୍ମି ଦ୍ୱାରା ବ୍ୟବହୃତ ହେଉଥିଲା। ଏସ୍‌ୟୁଭିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ଏହାକୁ ବିକ୍ର କରି ଦିଆଯାଇଛି। ଗ୍ରୀନ ରଙ୍ଗର ଏସ୍‌ୟୁଭିରେ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନଙ୍କ ଆବଶ୍ୟକତା ଅନୁଯାୟୀ କିଛି ପରିବର୍ତ୍ତନ କରାଯାଇଛି। ଏହାବାଦ୍‌ ତାଙ୍କ ନିକଟରେ ଫରାରୀ ୫୯୯ ଜିଟିଓ, ହାମର ଏଚ୍‌୨, ଜିଏମ୍‌ସି ସିଏରା ଓ ଜିପ ଗ୍ରାଣ୍ଡ ଚେରୋକି ଟ୍ରାକହକ ଭଳି ମୂଲ୍ୟବାଦ ୪ ଚକିଆ ଗାଡ଼ ରହିଛି। ତାଙ୍କ ବ୍ୟକ୍ତିଗତ ଗ୍ୟାରେଜ ଥିବା ଦୁଇ ଚକିଆ ଗାଡ଼ି ମଧ୍ୟରେ ନିଞ୍ଜା ଏଚ୍‌୨, କନଫେଡେରେଟ ହେଲକ୍ୟାଟ, ବିଏସ୍‌ଏ, ସୁଜୁକି ହାୟାବୁଶା, ନର୍ଟନ ଭିନ୍‌ଟେଜ ଆଦି ରହିଛି।

Share