Categories: ଖେଳ

ଧୋନୀ କିଣିଲେ ନୂଆ ଜିପ୍‌: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ଦିନ ଦୂରେଇ ଯାଇଛନ୍ତି। ଏବେ ସେ ନିଜ ପରିବାରକୁ ସମୟ ଦେଉଛନ୍ତି। ସମସ୍ତେ ଜାଣନ୍ତି ଧୋନୀ ଗାଡି ପ୍ରିୟ। ବାଇକ୍‌ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ବିଭିନ୍ନ ବ୍ରାଣ୍ଡ୍‌ ଗାଡି କଲେକ୍ସନ କରିବା ତାଙ୍କର ସଉକ। ନିକଟରେ ସେ ଏକ ନୂଆ ଜିପ କିଣିଛନ୍ତି। ନାଲି ରଙ୍ଗର ଗ୍ରାଣ୍ଡ ଚିରୋକୀ ଟ୍ରାକହକ ନେଇ ଧୋନୀ ରାଞ୍ଚି ବୁଲିଛନ୍ତି। ସାଥିରେ ସ୍ତ୍ରୀ ସାକ୍ଷୀଙ୍କୁ ବି ନେଇଛନ୍ତି। ଭାରତରେ ଏହି ଜିପ୍‌ର ମୂଲ୍ୟ ୮୦ରୁ ୯୦ ଲକ୍ଷ ଟଙ୍କା। ରାଞ୍ଚି ରାସ୍ତାରେ ଧୋନୀଙ୍କୁ ଦେଖିବା ପାଇଁ ଭିଡ ଜମିଛି। ସୂଚନାଯୋଗ୍ୟ, ବିଶ୍ୱକପ୍‌ ପରେ ଧୋନୀ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ପରେ ସେ ଭାରତୀୟ ସେନାରେ ୧୫ଦିନ ଯାଏ ଟ୍ରେନିଂ ନେଇଥିଲେ।

Share