Categories: ଖେଳ

ଧୋନୀ, ଗିଲଖ୍ରୀଷ୍ଟଙ୍କଠାରୁ ଉନ୍ନତର ଉଇକେଟକିପର ବ୍ୟାଟ୍ସମ୍ୟାନ

କରାଚୀ,୨୨।୯: କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟ ଓ ଭାରତର ମହେନ୍ଦ୍ର ସିଂ ଧୋନୀ। ଏମାନଙ୍କୁ ପଛରେ ପକାଇଛନ୍ତି ପାକିସ୍ତାନର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ କମରାନ ଆକମଲ। ଫଇସଲାବାଦଠାରେ ନର୍ଦ୍ଦନ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଣ୍ରେଣୀ ମ୍ୟାଚ୍‌ରେ ସେଣ୍ଟ୍ରାଲ ପଞ୍ଜାବ ପାଇଁ ଖେଳୁଥିବା କମରାନ କ୍ୟାରିୟରର ୩୧ତମ ଶତକ ହାସଲ କରିଛନ୍ତି। ଏହି ଶତକ ସହିତ ଆକମଲ ଏସିଆର ପ୍ରଥମ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୧ତମ ଶତକ ଲଗାଇଛନ୍ତି। ତେବେ ଏହି ସଫଳତା ପାଇବାରେ ସେ ବିଶ୍ୱର ଦ୍ୱିତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ। ଏହି ତାଲିକାରେ ଲେସ ଆମେସ ୫୬ ଶତକ ସହ ଶୀର୍ଷରେ ରହିଛନ୍ତି। ଏଥିରେ ୨୯ ଶତକ ସହ ଗିଲଖ୍ରୀଷ୍ଟ ୩ୟ ସ୍ଥାନରେ ଅଛନ୍ତି। ଆକମଲଙ୍କ ୧୫୭ ରନ୍‌ର ଇନିଂସ ବଳରେ ସେଣ୍ଟ୍ରାଲ ପଞ୍ଜାବ ଦଳ ୫ ଉଇକେଟ ବିନିମୟରେ ୩୬୯ ରନ୍‌ କରିଛି। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଚୟନକର୍ତ୍ତା ତାଙ୍କୁ ଜାତୀୟ ଦଳରେ ଆଉ ସୁଯୋଗ ଦେଉନାହାନ୍ତି। ଅନ୍ତିମ ଥର ୨୦୧୭ରେ ଜାତୀୟ ଦଳ ପାଇଁ ଖେଳିଥିଲେ। ସେ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ୫୩ ଟେଷ୍ଟ, ୧୫୭ ଦିନିକିଆ ଓ ୫୮ ଟି୨୦ ଖେଳିଛନ୍ତି। ସମସ୍ତ ଫର୍ମାଟରେ ମୋଟ ୬୮୭୧ ରନ୍‌ କରିଛନ୍ତି।

Share