Categories: ଖେଳ

ଧୋନୀ ମର୍ସିଡିଜ୍‌, ମନୀଷ ପାଣ୍ଡେ ଅଲଟୋ କାର୍‌

ନୂଆଦିଲ୍ଲୀ, ୪।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜକୁ ଭାରତ ୫-୦ରେ କ୍ଲିନ୍‌ସୁଇପ୍‌ କରିଛି। ଏହି ଐତିହାସିକ ବିଜୟ ପରେ କେ.ଏଲ. ରାହୁଲ ଏବଂ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତର ଏହି ବିଜୟରେ ଉଭୟଙ୍କ ଯୋଗଦାନ ଥିବା ଆଲୋଚନା ଚାଲିଛି। କିନ୍ତୁ ଭାରତର ବିଜୟରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ମନୀଷ ପାଣ୍ଡେଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ୪ର୍ଥ ଟି୨୦ରେ ସେ ଜବରଦସ୍ତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ଭାରତୀୟ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଥିଲା। ପୂର୍ବତନ କ୍ରିକେଟର ଅଜୟ ଜାଡେଜା ମନୀଷ ପାଣ୍ଡେଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ତୁଳନା କରିଛନ୍ତି। ସେ ଧୋନୀଙ୍କୁ ମର୍ସିଡିଜ୍‌ ଏବଂ ପାଣ୍ଡେଙ୍କୁ ଅଲଟୋ କାର୍‌ ବୋଲି ଅଭିହିତ କରିଛନ୍ତି। ମନୀଷଙ୍କୁ ଯେତେବେଳେ ଦଳରେ ଖେଳିବାର ସୁଯୋଗ ମିଳିଛି ତା’ର ସେ ଭରପୂର ଫାଇଦା ଉଠାଇଛନ୍ତି। ସେ ୬ନଂ ସ୍ଥାନରେ ଖେଳିବାକୁ ଆସି କିଭଳି ସୁଯୋଗ ଉଠାଯିବ ତାହା ତାଙ୍କୁ ଭଲ ଭାବରେ ଜଣା ବୋଲି ଜାଡେଜା କହିଛନ୍ତି। ଧୋନୀଙ୍କ ସ୍ଥାନରେ ସେ ଭଲ ଖେଳିପାରିବେ, କିନ୍ତୁ ମାହି ମର୍ସିଡିଜ୍‌ ଏବଂ ପାଣ୍ଡେ ଅଲଟୋ କାର୍‌ ବୋଲି ସେ କହିଛନ୍ତି।

Share