Categories: ଖେଳ

ଧୋନୀ, ରାୟୁଡୁଙ୍କୁ ପଛରେ ପକାଇଲେ ରାହୁଲ

ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ବିସ୍ଫୋରକ ୮୦ ରନ୍‌ର ଇନିଂସ ଖେଳିଥିଲେ। ଏହି ଅବସରରେ ସେ ଦିନିକିଆ କ୍ୟାରିୟରରେ ଏକ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାକୁ ତାଙ୍କୁ ୨୭ ଇନିଂସ ଲାଗିଛି। ଏହି ଧାରାରେ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଅମ୍ବାତି ରାୟୁଡୁଙ୍କୁ ପଛରେ ପକାଇ ଦେଇଛନ୍ତି। ଉଭୟ ଧୋନୀ ଓ ରାୟୁଡୁ କ୍ୟାରିୟରର ୨୮ତମ ଇନିଂସରେ ଏକ ହଜାର ରନ୍‌ ପୂରଣ କରିଥିଲେ। ଏ କ୍ଷେତ୍ରରେ ବିରାଟ କୋହଲି ଓ ଶିଖର ଧାଓ୍ବନ ଦ୍ରୁତତମ। ଦୁହେଁ ୨୫ତମ ଇନିଂସରେ ମାଇଲଷ୍ଟୋନ ଛୁଇଁଥିଲେ। ତାଙ୍କ ପଛକୁ ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ (୨୭ ଇନିଂସ) ରହିଛନ୍ତି।

Share