‘ନଁ। ପଛରେ ଲୁଚିଛି କିମ୍ବଦନ୍ତୀ’

ଲଙ୍ଗଳେଶ୍ୱର, ୭।୩(କମଳାକାନ୍ତ ଦାସ)-ବିଭିନ୍ନ ଗ୍ରାମ ବା ଜନପଦର ନାମକରଣକୁ ନେଇ ରହିଛି ଅନେକ ଜନଶ୍ରୁତି। ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୫୦ କି.ମି.ଦୂର ଗଲେ ପଡ଼େ ଲଙ୍ଗଳେଶ୍ୱର ବଜାର। ସେଠାରୁ ଅନତି ଦୂରରେ ପୁରାତନ ଶୈବପୀଠ ଲଙ୍ଗଳେଶ୍ୱର। ମନ୍ଦିର ପଛପଟେ ପାର୍ବତୀ ନଦୀ ପ୍ରବାହିତ। ପ୍ରାକୃତିକ ପରିବେଶ ଅତି ମନୋରମ। ଏହି ଶୈବପୀଠକୁ ଅନେକ ଭକ୍ତ, ପଯର୍ର୍‌ୟଟକ ଆସିଥାନ୍ତି। ରାଜ୍ୟ ସରକାର ୨୦୧୦ରେ ଏହାକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇଥିଲେ ବି ଏହି ପୀଠର ଆଶାନୁରୂପ ଉନ୍ନତି ହୋଇପାରିନାହଁି। ୨୦୧୫ରେ ଏକ ପାନ୍ଥ ନିବାସ ନିର୍ମାଣ ସକାଶେ ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ଜାଗା ଚିହ୍ନଟ ନ ହେବାରୁ କାମ ହୋଇନି।
ଧାନ ଚାଷ ଲାଗି ଏହି ଅଞ୍ଚଳର ପ୍ରସିଦ୍ଧି ରହିଛି। କିମ୍ବଦନ୍ତୀ ଅଛି ଯେ, ପ୍ରାଣୀମାନଙ୍କ ସକାଶେ ଖାଦ୍ୟଶସ୍ୟ ସୃଷ୍ଟି ପାଇଁ ଭଗବାନ ଶିବ କୈଳାସପୁରରୁ ଲଙ୍ଗଳେଶ୍ୱର ଆସିଥିଲେ। ଷୋଳଷା ପାଣ୍ଠରେ ଶିବ ନିଜେ ଲଙ୍ଗଳ ପ୍ରସ୍ତୁତ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘଦିନ ବିତିଯିବା ପରେ ଶିବ କୈଳାସପୁର ନ ଫେରିବାରୁ ମା’ ପାର୍ବତୀ ତାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଥିଲେ। ଏଠାରେ ଶିବ-ପାର୍ବତୀଙ୍କ ମିଳନ ହୋଇଥିଲା। ଶିବଙ୍କ କର୍ମଭୂମି ଭାବେ ଲଙ୍ଗଳେଶ୍ୱର ଖ୍ୟାତ। ସେ ଲଙ୍ଗଳରେ ହଳ କରିବା ସମୟରେ ଲଙ୍ଗଳ ମୁଣ୍ଡାରେ ଯେଉଁ ଘାସ ଓ ମାଟି (ବାଟିଆ)ଲାଗୁଥିଲା, ତାହାକୁ ବାହାର କରି ଯେଉଁଠି ପକାଯାଉଥିଲା ସେହିଠାରେ ଏବେ ଜନବସତି ଗଢି ଉଠିଛି। ଏହି ସ୍ଥାନର ନାମ ରହିଛି ବାଟିଆଡ଼ିହା । ଚାଷ କାର୍ଯ୍ୟରେ ପରିଶ୍ରମ କରି ଭଗବାନ ଶିବ ଶ୍ରମ ଲାଘବ କରିବା ସକାଶେ ଏକ ସ୍ଥାନରେ ଗଞ୍ଜା ଟାଣି ବସୁଥିଲେ। କାଳକ୍ରମେ ସେହି ଗ୍ରାମର ନାମ ଗଞ୍ଜା ହୋଇଛି। କଥିତ ଅଛି ଯେ, ଭଗବାନ ଶିବ ଏଠାରୁ ଫେରିବା ସମୟରେ ଏକ ସ୍ଥାନରେ ବାଟବଣା ହୋଇଯାଇଥିଲେ। ଏହି ସ୍ଥାନକୁ ଏବେ ବଣିଆଡ଼ିହା ଗ୍ରାମ କୁହାଯାଉଛି। ଭଗବାନ ଶିବ ସେଠାରୁ ଫେରି ବିଶ୍ରାମ ନେଇଥିବା ସ୍ଥାନର ନାମ ରହିଛି ବିଶ୍ୱନାଥପୁର । ସ୍ବୟଂ ଶିବ ନିଜେ ଏଠାରେ ଯେଉଁ ସବୁ କାର୍ଯ୍ୟ କରିଥିଲେ, ତାହାକୁ ଆଧାର କରି ବିଭିନ୍ନ ଗ୍ରାମର ନାମକରଣ ହୋଇଥିବା ନେଇ ସ୍ଥାନୀୟ ପୁରୁଖା ବ୍ୟକ୍ତି ଭାନୁ ଚରଣ ପାତ୍ର, ସୀତାରାମ ଦାସ ପ୍ରମୁଖ ମତବ୍ୟକ୍ତ କରିଛନ୍ତି।
ବର୍ତ୍ତମାନ ଶିବମନ୍ଦିର ଥିବା ସ୍ଥାନରେ ପୂର୍ବରୁ କଣ୍ଟି, ଖଡ଼ି, କିଆବୁଦା ପ୍ରଭୃତି ଘଞ୍ଚ ଜଙ୍ଗଲ ରହିଥିଲା। ଜମିଦାର ଶାସନ ସମୟରେ ଲଙ୍ଗଳେଶ୍ୱର ଅଞ୍ଚଳରେ ୨୫ ଘର କୃଷକ ପରିବାର ରହୁଥିଲେ। ଜମିଦାର ଉକ୍ତ ସ୍ଥାନକୁୁ ସଫା କରିବା ବେଳେ ସେଠାରୁ ଶିବଲିଙ୍ଗ ଓ ଲଙ୍ଗଳ ମିଳିଥିବା କୁହାଯାଏ। ସେବେଠାରୁ ଏହି ଗ୍ରାମ ଲଙ୍ଗଳେଶ୍ୱର ଭାବେ ପ୍ରସିଦ୍ଧି ଲାଭ କରିଛି। ଏହି ପୀଠରେ ଶିବ ଓ ପାର୍ବତୀ ଏକ ସଙ୍ଗରେ ପୂଜା ପାଇଥାନ୍ତି, ଯାହା ଏକ ବିଶେଷତ୍ୱ। ପୂର୍ବରୁ ଶିବରାତ୍ରି ବେଳେ ଦୁଇଦିନିଆ ମେଳା ବସୁଥିଲା। ବର୍ତ୍ତମାନ ମେଳା ୧୫ ଦିନ ଧରି ଚାଲୁଛି। ଦୂରଦୂରାନ୍ତରୁ ଲୋକ ଆସି ଶିବଙ୍କୁ ପୂଜା କରିବା ସହ ମେଳାରୁ ବିଭିନ୍ନ କୃଷିଭିତ୍ତିକ ସାମଗ୍ରୀ ତଥା ଘରୋଇ ଆସବାବପତ୍ର କିଣାକିଣି କରିଥାନ୍ତି। ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରୁ ବହୁ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ଏହାର ଭିତ୍ତିଭୂମି ବିକାଶ ଲାଗି ପର୍ଯ୍ୟଟନ ବିଭାଗ ଦୃଷ୍ଟିି ଦେଉ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ରାମଚନ୍ଦ୍ର ଦାସ ଏବଂ ମନ୍ଦିର ପୂଜକ ଗୋପୀନାଥ ମିଶ୍ର ପ୍ରମୁଖ ଦାବି କରିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri