Categories: ବାଣିଜ୍ୟ

ନଅ ଦିନ ହେଲା ଲଗାତର ବୃଦ୍ଧି ପାଉଛି ତେଲ ଦର

ନୂଆଦିଲ୍ଲୀ,୧୫।୬: ଦେଶରେ ତେଲ ଦର ଗତ ୯ ଦିନ ହେଲା ଲଗାତର ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶର ପରିସ୍ଥିତି ଭଲ ନଥିବା ବେଳେ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ପରି ସମସ୍ୟା ସୃଷ୍ଟି କରିଛି। ଚଳିତ ମାସ ୭ରୁ ସୋମବାର ଯାଏ କ୍ରମାଗତ ଭାବେ ଦେଶର ତେଲ ଦର ବୃଦ୍ଧି ହେଉଛି। ଫଳରେ ୯ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୫ ଏବଂ ଡ଼ିଜେଲ ୪.୮୭ ଟଙ୍କା ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ସୂଚନା ଅନୁସାରେ, ସୋମବାର ପେଟ୍ରୋଲ ଲିଟର ପିଛା ୪୮ ପଇସା ଏବଂ ଡ଼ିଜେଲ ୨୩ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ ଦର ୭୫.୭୮ଟଙ୍କାରୁ ବୃଦ୍ଧି ପାଇ ୭୬.୨୬ ଟଙ୍କା ଛୁଇଁଛି। ସେହିଭଳି ଡ଼ିଜେଲ ଦର ୭୪.୦୩ ଟଙ୍କାରୁ ୭୪.୨୬ଟଙ୍କାକୁ ବୃଦ୍ଧି ଘଟିଥିବା ଜଣାପଡିଛି।

Share