ନଏଡାରେ ନୂଆ ଜିଲାପାଳ ଭାବେ ନିଯୁକ୍ତ ହେଲେ ପାରା ବ୍ୟାଡମିଣ୍ଟନ ଚାମ୍ପିୟନ

ନଏଡା,୩୧।୩: ନଏଡାରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଉତ୍ତରପ୍ରଦେଶ ସରକାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାରି ଭିତରେ ନଏଡାକୁ କରୋନା କବଳରୁ ରକ୍ଷା କରିବା ପାଇଁ ଆଇଏଏସ୍‌ ଅଧିକାରୀ ତଥା ପାରା ବ୍ୟାଡମିଣ୍ଟନ ଚାମ୍ପିୟନ ସୁହାସ ଲାଲିନାକରେ ୟଥିରାଜ (ସୁହାସ ଏଲଓ୍ବାଇ)ଙ୍କୁ ଦାୟିତ୍ୱ ଦିଆଯାଇଛି। ସୂଚନାମୁତାବକ ସୁହାସ ଏଲଓ୍ବାଇଙ୍କୁ ଯୋଗୀ ସରକାର ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗରର ନୂଆ ଜିଲାପାଳ ଭାବେ ନିଯୁକ୍ତ କରିଛନ୍ତି। ଜିଲାପାଳ ହେବା ପରେ କରୋନାକୁ କାବୁ କରିବା ଏବେ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ପୂର୍ବରୁ ସୁହାସ ପ୍ରୟାଗରାଜ, ଆଜମଗଡ, ଜୋନପୁର, ସୋନଭଦ୍ର, ମହାରାଜଗଞ୍ଜ ଓ ହାଥରସରେ ଜିଲାପାଳ ଭାବେ ଭଲ ଦାୟିତ୍ୱ ତୁଲାଇସାରିଛନ୍ତି। ସୂଚନାଯୋଗ୍ୟ, ସୁହାସ କର୍ନାଟକ ସିମୋଗା ଜିଲାର ମୂଳବାସିନ୍ଦା। ୨୦୦୭ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ସୁହାସ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ ଡିଗ୍ରୀ ହାସଲ କରିଛନ୍ତି। ଖେଳର ସଉକ ରଖୁଥିବା ସୁହାସ ୨୦୧୭ରେ ତୁର୍କିରେ ଆୟୋଜିତ ହୋଇଥିବା ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ର ମେଡାଲ ହାତେଇସାରିଛନ୍ତି।

Share