ନଓ୍ବାଜ ଶରିଫ ରହୁଥିବା ଜେଲ୍‌ରେ ରହିବେ ହାଫିଜ୍‌

ଇସ୍‌ଲାମାବାଦ,୧୮।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ସଂସ୍ଥାପକ ହାଫିଜ ସୟିଦଙ୍କୁ ବୁଧବାର ପଞ୍ଜାବ ଅଞ୍ଚଳରୁ ଗିରଫ କରାଯାଇଛି। ପାକିସ୍ତାନର କାଉଣ୍ଟର ଟେରରିଜିମ ଡିପାର୍ଟମେଣ୍ଟ(ସିଟିଡି) ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ହାଫିଜଙ୍କୁ ଗିରଫ କରିଛି। ଏବେ ତାଙ୍କୁ ଲାହୋରରେ ଥିବା ଅତ୍ୟନ୍ତ ସୁରକ୍ଷିତ ଜେଲ୍‌ ‘କୋଟ ଲଖପତ ଜେଲ୍‌’ରେ ରଖାଯିବ। ପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଭ୍ରଷ୍ଟାଚାର ମାମଲାରେ ଏହି ଜେଲ୍‌ରେ ସଜା କାଟୁଛନ୍ତି। ଏହା ପୂର୍ବରୁ ମଧ୍ୟ ହାଫିଜଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରମାଣ ନ ଥିବା ଦର୍ଶାଇ ତାଙ୍କୁ ଛାଡି ଦିଆଯାଇଥିଲା।

Share