ନକଲି ଅଗ୍ନିଶମ କର୍ମଚାରୀ ଗିରଫ

ଫୁଲବାଣୀ ଅଫିସ, ୯ା୪- ଜଣେ ନକଲି ଅଗ୍ନିଶମ କର୍ମଚାରୀଙ୍କୁ ଖଜୁରିପଡ଼ା ଥାନା ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଗୁରୁପଦା ଗ୍ରାମର ବାବୁଲ କହଁର। ବାବୁଲ ନିଜକୁ ଅଗ୍ନିଶମ ବିଭାଗର କର୍ମଚାରୀ କହି ନକଲି ୟୁନିଫର୍ମ ପିନ୍ଧି ବୁଲୁଥିଲେ। ଖଜୁରିପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର ବନ୍ଦସାହିରେ କରୋନା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ବାବୁଲୁଙ୍କୁ ଦେଖି ତାଙ୍କ ପରିଚୟପତ୍ର ମାଗିଥିଲେ। ବାବୁଲ ତାହା ଦେଖାଇ ନ ପାରିବାରୁ ଗିରଫ କରାଯାଇଥିଲା। ଜାମିନରେ ମୁକୁଳିବା ପରେ ବାବୁଲଙ୍କୁ ଦୁଡ଼ିପଡ଼ା ପଞ୍ଚାୟତର କରୋନା ଆଇସୋଲେଶନ ସେଣ୍ଟରରେ ୧୪ ଦିନ ପାଇଁ ରଖାଯାଇଛି। ଏ ନେଇ ଥାନାରେ ନଂ.୩୪/୨୦ରେ ମାମଲା ରୁଜୁ ହୋଇଛି।

Share