ନକଲି ଆଇଆରଏସ ଅଧିକାରୀଙ୍କୁ ୬ ବର୍ଷ ଜେଲ ଦଣ୍ଡ

ବାରିପଦା ଅଫିସ,୧ା୮- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ଏସଡିଜେଏମ କୋର୍ଟର ବିଚାରପତି ସୁମିତା ଆଚାର୍ଯ୍ୟ ବୁଧବାର ଏକ ଠକେଇ ମାମଲାର ବିଚାର କରି ଜଣେ ନକଲି ଆଇଆରଏସ ଅଧିକାରୀଙ୍କୁ ୬ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଜୋରିମାନା ଆଦେଶ ଦେଇଛନ୍ତି।
ଭଦ୍ରକ ଜିଲାର ସତ୍ୟଜିତ ପଣ୍ଡା ନିଜକୁ ଆଇଆରଏସ ଅଧିକାରୀ ପରିଚୟ ଦେଇ ମୟୂରଭଞ୍ଜ ଜିଲା ଭାଜପା ଯୁବ ମୋର୍ଚ୍ଚାର ଜଣ ନେତ୍ରୀଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରିଥିଲେ। ତାଙ୍କୁ ଏକ ସ୍ବେଚ୍ଛାସେବୀ ସଂସ୍ଥା କରାଇଦେବେ ବୋଲି କଥା ଦେଇ ବାରିପଦା ଆସି ତାଙ୍କଠାରୁ ୩ ହଜାର ଟଙ୍କା ନେଇ ଯାଇଥିଲେ। ପରେ ଏହି ନେତ୍ରୀଙ୍କ ସନ୍ଦେହ ହେବାରୁ ସେପ୍ଟେମ୍ବର ୨୦୧୮ରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଏକ ମାମଲା ରୁଜୁ କରିବା ସହିତ ନକଲି ଆଇଆରଏସ ପରିଚୟ ଦେଇ ଥିବା ସତ୍ୟଜିତଙ୍କୁ ଗିରଫ କରିଥିଲା। ସତ୍ୟଜିତିଙ୍କ ନାଁରେ ମୟୂରଞ୍ଜ ଜିଲାର ବିଭିନ୍ନ ଥାନା ଓ ଅନ୍ୟ ଜିଲା ଗୁଡିକରେ ଠକେଇ ମାମଲା ରହିଥିବା ପୋଲିସ ରିପୋର୍ଟରେ ଦର୍ଶାଇଥିଲା।